କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ରେ ଅଗ୍ନିକାଣ୍ଡ: ୩୬ ଯାତ୍ରୀ ଉଦ୍ଧାର

ବାଲେଶ୍ବର: ଆଜି (ଶୁକ୍ରବାର) ରାତି ପ୍ରାୟ ୯ଟା ବେଳେ କୋଲ୍‌କାତାଠାରୁ ୧୫୦ କିମି ଦୂର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍‌ ଟ୍ରାଭେଲ୍‌ସର ‘ସଦାନନ୍ଦ’ ନାମକ ଏକ ଏସି ବସ୍‌ ଜଳିଯାଇଛି। ବସ୍‌ଟି ପଶ୍ଚିମବଙ୍ଗର କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିଲେ ବି ବସ୍‌ରେ ବିସ୍ଫୋରକ ସାମଗ୍ରୀ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ବସ୍‌ରେ ନିଆଁ ଲାଗିବା ପରେ କିଛି ଯାତ୍ରୀ କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ୩୦ ଜଣରୁ ଅଧିକ ଯାତ୍ରୀ ବସ୍‌ ଭିତରୁ ବାହାରି ପାରି ନଥିବା ​ବେଳେ ସେମାନେ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଦିନୀପୁର ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ ଏବଂ ସ୍ଥାନୀୟ ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଛି। କେହି ମୃତାହତ ହୋଇଛନ୍ତି କି ନାହିଁ ଖବର ନଥିବା ବେଳେ ବସ୍‌ରେ କେତେଜଣ ଯାତ୍ରା କରୁଥିଲେ, ସେନେଇ ମଧ୍ୟ ସୂଚନା ମିଳିପାରିନି।

ସମ୍ବନ୍ଧିତ ଖବର