ଭବାନୀପାଟଣା : କୃଷକ ବିରୋଧୀ ବିଲ ପ୍ରତ୍ୟାହାର ଦାବୀ ନେଇ କଂଗ୍ରେସ ଦଳ ପକ୍ଷରୁ ପଦଯାତ୍ରା

ଭବାନୀପାଟଣା : ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଓ ଯୁବନେତା ସାଗର ଚରଣ ଦାସଙ୍କ ନେତୃତ୍ୱରେ ସଦର ବ୍ଲକ ଅନ୍ତର୍ଗତ ଉଦେପୁର ଠାରୁ ଭବାନୀପାଟଣା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ୧୦ କିମି ବ୍ୟାପି ପଦଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ କରୋନା କଟକଣା ନିୟମ ପାଳନ କରି ସମ୍ପନ୍ନ କରିଥିଲେ । ଏହି ଅବସରରେ ଗାନ୍ଧୀ ପାର୍କ ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । କେନ୍ଦ୍ରର ବିଜେପି ସରକାରଙ୍କ କୃଷକ ବିରୋଧୀ ତିନିଗୋଟି ବିଲ ଏକ କଳା ବିଲ ଓ ଅଗଣତାନ୍ତ୍ରିକ ଉପାୟରେ ଲାଗୁ କରି କୃଷକ ମାନଙ୍କୁ ପୁଞ୍ଜିପତିମାନଙ୍କ ଦ୍ୱାରା ଶୋଷଣ କରିବାର ଚକ୍ରାନ୍ତ କରିଥିବା ଅଭିଯୋଗ କରିଥିଲେ ।

ଏହି ଅବସରରେ ଆଜିଠାରୁ କୃଷକ ବିଲ ପ୍ରତ୍ୟାହାର ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଏହା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଉଛବ ସାହୁ, ମିଡ଼ିଆ ସେଲ ସଂଯୋଜକ ମହମ୍ମଦ ଅଲ୍ଲୀ, ବ୍ରଜ ସାହୁ, ପଦ୍ମିନୀ ଯୋଶୀ , ସୁକାନ୍ତି ସରାଫ, ପରମାନନ୍ଦ ମାଝୀ, ଶରତ ନାଏକ, ଯୁବକଂଗ୍ରେସ ସଭାପତି, ସାଉଲ ମଙ୍ଗରାଜ, ନରହରି ବାଗ, ଦେଶରାଜ ଜୁଆଡ଼, ସୁରେଶ ପଟନାୟକ, ମହମ୍ମଦ ସାହେବ, ଅବଦୁଲ ସାଜିଦ, ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟ୍ଟନାୟକ, ଦୁଖୀଶ୍ୟାମ ପ୍ରଧାନ, ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଯୁବନେତା ସାଗର ଦାସ, ଉଛବ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ କୃଷକ ବିଲ ପ୍ରତ୍ୟାହାର ପାଇଁ ଏକ ଦାବିପତ୍ର ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର