‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା : ଜିଲ୍ଲାସ୍ତରୀୟ କୃତି ପ୍ରତିଯୋଗୀ ପୁରସ୍କୃତ

ଭବାନୀପାଟଣା : ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଚଳିତବର୍ଷ ବାର୍ଷିକ ପ୍ରତିଯୋଗିତାରେ ଜିଲ୍ଲାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଭବାନୀପାଟଣା ସହରସ୍ଥିତ ସମ୍ବାଦର ଜିଲ୍ଲା କାର୍ଯ୍ୟାଳୟ ଠାରେ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶିଙ୍କ ଉପସ୍ଥିତିରେ ଏହି ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଚିତ୍ରଙ୍କନ ପ୍ରତିଯୋଗିତାରେ ଭବାନୀପାଟଣା ସତ୍ୟସାୟୀ ବିଦ୍ୟାମନ୍ଦିରର ସାଇସାର୍ଥକ ମହାପାତ୍ର ପ୍ରଥମ, ଦ୍ୱିତୀୟ ଧର୍ମଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଦର୍ଶ ନାରାୟଣ ହରପାଳ, ତୃତୀୟ ଭବାନୀପାଟଣା ହାଇଟେକ ପବ୍ଲିକ ସ୍କୁଲର ଇପିସିତା ପାତ୍ର, ହସ୍ତାକ୍ଷର ପ୍ରତିଯୋଗିତାରେ ପ୍ରଥମ ନର୍ଲା ଜବାହାର ନବୋଦୟ ବିଦ୍ୟାଳୟର ଅନୁସ୍ମିତା ପ୍ରଧାନ, ଦ୍ୱିତୀୟ ଭବାନୀପାଟଣା ବାଲାଜି ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସରୋଜିନୀ ସିଂ, ତୃତୀୟ ଥୁଆମୂଳ ରାମପୁର ବ୍ଲକ କୁମୁଡାବାହାଲ ଗ୍ରାମ ବିକାଶ ନିକେତନର ରଞ୍ଜନ ମାଝୀ, କୁଇଜରେ ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲର ମନୀଷ ମିଶ୍ର, ଦ୍ୱିତୀୟ ଭବାନୀପାଟଣା ବ୍ଲକ ଛେଳିଆମାଲ ପଞ୍ଚାୟତ ହାଇସ୍କୁଲର ମୃଣ୍ମୟୀ ମିଶ୍ର ଓ ଭବାନୀପାଟଣା ସଦର ବ୍ଲକର ଦେପୁର ଶ୍ରୀ ଶ୍ରୀ ଧବଳେଶ୍ଵ ଉଚ୍ଚ ବିଦ୍ୟାପୀଠର ପ୍ରଦୀପ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । କୋଭିଡ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର