ବାରିପଦା : ପୁଣି ନୂଆ ୧୫୬ ଆକ୍ରାନ୍ତ ଚିହ୍ନଟ, ତଥାପି ଚେତୁନାହାନ୍ତି ଅମାନିଆ; ୭ ଦିନରେ ମାସ୍କ ନପିନ୍ଧି ଜରିମାନା ଦେଲେଣି ୮୩୨ ଜଣ

ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୩୩୬କୁ ବୃଦ୍ଧି

ବାରିପଦା : ମୟୂରଭଞ୍ଜରେ ଥମୁନି କରୋନା ତାତି। ଆଜି ଜିଲ୍ଲାରୁ ପୁଣି ୧୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୩୩୬କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୬ ହଜାର ୯୭୭କୁ ବୃଦ୍ଧି ପାଇଛି। ସେହିପରି ଆଜି ସୁଦ୍ଧା ସକ୍ରିୟଙ୍କ ସଂଖ୍ୟା ୧ ହଜାର ୩୩୩ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ ଆଜିସୁଦ୍ଧା ସରକାରୀ ଭାବେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାତ୍ର ପ୍ରତିଦିନ କେହି ନା କେହି କରୋନା ଆକ୍ରାନ୍ତ ଜିଲ୍ଲାରେ ମୃତ୍ୟୁବରଣ କରୁଥିବା ପରିଲକ୍ଷିତ ହୋଇଛି।

ଏତେସବୁ ବିପଦ ସତ୍ତ୍ୱେ କିନ୍ତୁ କିଛି ଅମାନିଆ ଏବେ ବି ମାସ୍କ ପିନ୍ଧିବାକୁ ଅରାଜି। ଗତ ୭ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୮୩୨ ଜଣ ମାସ୍କ ନପିନ୍ଧି ଜରିମାନା ଦେଇଥିବା ଜିଲ୍ଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି କୋଭିଡ୍ ମାର୍ଗଦର୍ଶୀକା ଓ ମୋଟରଯାନ ଆଇନ ଉଲଂଘନ ଅଭିଯୋଗରେ ସାଢ଼େ ୫୧ ହଜାର ଜରିମାନା ଆଦାୟ କରାଯାଇଛି । ଏହା ମଧ୍ୟରେ ମାସ୍କ ପିନ୍ଧିନଥିବା ଅଭିଯୋଗରେ ୮୭ ଜଣଙ୍କ ନିକଟରୁ ମୋଟ ୪୧ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ସେହିପରି ଗତ ୭ ଦିନରେ ଯଥାକ୍ରମେ ୧୧୦, ୧୩୯, ୧୭୫, ୧୭୪, ୧୪୭ ଜଣଙ୍କୁ ମିଶାଇ ୮ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି କେବଳ ମାସ୍କ ନପିନ୍ଧି ତଣ୍ଡ ଗଣିଛନ୍ତି। ଯାହାକି ଚିନ୍ତାର କାରଣ ସାଜିଛି। କାରଣ କରୋନା ମୁକାବିଲା ନିମନ୍ତେ ମାସ୍କ ପିନ୍ଧିବା ନିହାତି ଅପରିହାର୍ଯ୍ୟ। ମାତ୍ର କିଛି ଅମାନିଆଙ୍କ ପାଇଁ ଜିଲ୍ଲାରେ କରୋନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର