ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ: ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି

ଭୁବନେଶ୍ବର: ସକାଳ ୮ଟାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଥିବାର ସୂଚନା ମିଳିଛି। ପ୍ରଥମ ଦିନରେ ରାଜ୍ୟର ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେବ।

ଆଜି ସକାଳ ୮ଟାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ଏନେଇ ଗତକାଲି ସୂଚନା ଦେଇଥିଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ। ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ହେଉଛି ଗଣତି। ୩ଦିନ ଧରି ଚାଲିବ ଏହି ପ୍ରକ୍ରିୟା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। ଏବେ ଷ୍ଟ୍ରଙ୍ଗ ରୁମ ଭିତରେ ଭୋଟବାକ୍ସ ମଧ୍ୟରେ ପ୍ରାର୍ଥୀମାନଙ୍କ ଭାଗ୍ୟ ସିଲ୍ ହୋଇ ରହିଛି। ଆଜିଠାରୁ ତିନିଦିନ ଧରି ଆରମ୍ଭ ହୋଇଛି। ଷ୍ଟ୍ରଙ୍ଗରୁମର ସିଲ୍ ଖୋଲାଯିବା ପରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି।

ଝାରସୁଗୁଡ଼ା ଲଷ୍ମୀନାରାୟଣ ମହାବିଦ୍ୟାଳୟରେ ହୋଇଥିବା ଗଣତି କେନ୍ଦ୍ରରେ ଆଜି ସକାଳୁ ସମସ୍ତ କର୍ମଚାରୀ, ଅଧିକାରୀ, ଏଜେଣ୍ଟ ପହଞ୍ଚିବା ପରେ ଭୋଟ ଗଣତି ଆରମ୍ଭ ହୋଇଛି। ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଗଣତି କେନ୍ଦ୍ର ଆଗରେ ବ୍ୟାପକ ପୁଲିସ ମୁତୟନ କରଯାଇଛି। ପୁଲିସ ଅଧିକାରୀ ମାନେ କେନ୍ଦ୍ର ମଧ୍ୟକୁ ଯାଉଥିବା କର୍ମଚାରୀଙ୍କ ପରିଚୟ ପତ୍ର ମୋବାଇଲ ଯାଞ୍ଚ କରି ଛାଡୁଥିବା ଦେଖା ଯାଇଛି। ଭୋଟ ଗଣତି କେନ୍ଦ୍ରରେ ବିଡିଓ ପ୍ରସନ୍ନ ପାଣ୍ଡେ ଦାୟିତ୍ୱ ରେ ଅଛନ୍ତି।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଜୋନ୍‌-୧ର ୭ଟି ପଞ୍ଚାୟତର ଏକ ନମ୍ବର ବୁଥ୍‌ର ଭୋଟ୍‌ ଗଣତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର