ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ରେମାଲ; ଆସନ୍ତାକାଲି ସକାଳେ ନେବ ଭୀଷଣ ରୂପ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତ ନେଲା ବାତ୍ୟାର ରୂପ। ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତାକାଲି ମଧ୍ୟ ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଭୀଷଣ ବାତ୍ୟା ‘ରେମାଲ’। ସେହି ସମୟରେ ସର୍ବାଧିକ ୧୩୫ କିଲୋମିଟର ବେଗରେ ଝଟକା ଦେଇପାରେ ପବନ। ଓଡ଼ିଶାରେ ଏହାର ସିଧା ସଳଖ ପ୍ରଭାବ ପଡ଼ିବା ସମ୍ଭାବନା ନାହିଁ।

ତେବେ ଆସନ୍ତାକାଲିଠାରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ଉତର ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି। କିଛି ଅଂଚଳରେ ଅତି ପ୍ରବଳ ବର୍ଷା ହୋଇପାରେ। ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି କୋଲାକାତା ବିମାନବନ୍ଦରରେ ଆସନ୍ତାକାଲି ଦିନ ୧୨ଟାରୁ ୨୭ ତାରିଖ ସକାଳ ୯ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିବ।

ସମ୍ବନ୍ଧିତ ଖବର