ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୭ଘଣ୍ଟାଧରି ପଡ଼ି ରହିଲା ରୋଗୀଙ୍କ ମୃତ ଦେହ

କୋରାପୁଟ : କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଶବବୁହା ଗାଡ଼ି ନଥିବା ହେତୁ ଗରିବ ଲୋକେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ଶୁଣିବାକୁ ମିଳୁଛି। ଆଜି ବି ଏପରି ଏକ ଘଟଣା ଘଟିଥିବା ଜଣାପଡ଼ିଛି । ମହାପ୍ରୟାଣ ଗାଡ଼ି ନ ମିଳିବାରୁ ସକାଳ ୬ଟାରୁ ପ୍ରାୟ ୭ ଘଣ୍ଟାଧରି ଜଣେ ମହିଳାଙ୍କ ଶବ ପଡ଼ି ରହିଥିବାର ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପଣସପୁଟ ଗାଁର ମୋତି ଖରା ନାମକ ଜଣେ ମହିଳା କର୍କଟ ରୋଗରେ ପୀଡ଼ିତ ଥିଲେ । ଗତ କିଛି ଦିନ ହେବ ସେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ପ୍ରାୟ ୬ଟା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମେଡିକାଲରେ ହିଁ ମୃତ୍ୟୁ ଘଟିଛି । ତାଙ୍କ ଗାଁ କୋରାପୁଟ ଠାରୁ ୭୦କିମି ଦୂର । ପରିବାର ଲୋକ ଗରିବ ହୋଇଥିବା ହେତୁ ଶବକୁ ୭୦କିମି ଦୂରକୁ ଗାଡ଼ିରେ ନେବାଲାଗି ସେମାନଙ୍କ ପାଖରେ ଟଙ୍କା ନାହିଁ ।

Image result for saheed laxman nayak medical college and hospital
image source- new indian express

ଏଣୁ ମୃତକଙ୍କ ସମ୍ପର୍କୀୟ ମେଡିକାଲରେ ସକାଳ ୬ରୁ ଶବ ରଖି ବସିଛନ୍ତି । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ଖବର ପାଇବାପରେ ୭ ଘଣ୍ଟାପରେ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର