ସିସିଟିଭି ରେକର୍ଡର୍‌ ଭାବି ଟିଭି ସେଟ୍‌ ଟପ୍‌ ବକ୍ସ୍‍କୁ ନେଇଗଲେ ଚୋର

ନୂଆଦିଲ୍ଲୀ: ଶନିବାର ଅପରାହ୍ଣରେ ଦିଲ୍ଲୀ ବାହାରେ ଥିବା ବେଗମ୍‌ପୁରର ଗୋଟାଏ ଅଳଙ୍କାର ଦୋକାନରୁ ୨୬ ଲକ୍ଷ ଟଙ୍କା ଚୋରାଇ ନେଇଥିବା ଚାରିଜଣ ପିସ୍ତଲଧାରୀ ଚୋର ସିସିଟିଭି ଡିଜିଟାଲ୍‌ ଭିଡିଓ ରେକର୍ଡର୍‌ ଭାବି ଗୋଟାଏ ଟିଭି ସେଟ୍‌ ଟପ୍‌ ବକ୍ସ୍‍କୁ ନେଇଯାଇଥିବା କଥା ପୁଲିସ କହିଛି।
ପ୍ରକୃତ ଡିଭିଆର୍‌ରେ ସେ ଚୋରମାନଙ୍କର ସ୍ପଷ୍ଟ ଚିତ୍ର ରହିଛି। ତାହାକୁ ଆଧାର କରି ତଦନ୍ତକାରୀମାନେ ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣକୁ ଚିହ୍ନଟ କରିବାରେ ସମର୍ଥ ହୋଇଛନ୍ତି।

ଶନିବାର ଦିନ ୧; ୩୦ ମିନିଟ୍‌ରେ ଦୋକାନୀ ଗୁଲଶନ୍‌ ଏକାକୀ ଦୋକାନରେ ଥିଲେ। ପ୍ରଥମେ ଗ୍ରାହକ ସାଜି ଦୁଇ ଜଣ ବ୍ୟକ୍ତି ଆସି ଗହଣା ଦେଖାଦେଖି କଲେ। ପରେ ପରେ ଆଉ ଦୁଇଜଣ ଆସି ତାଙ୍କ ସହ ଯୋଗ ଦେଲେ।

ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ପାଖରେ ପିସ୍ତଲ ଥିଲା। ତାହାକୁ ଦେଖାଇ ସେ ଗୁଲ୍‌ଶନ୍‌କୁ ଡରାଇ ଥିଲେ। ସେ ପ୍ରତିବାଦ କରିବାକୁ ସେଥିରେ ସେମାନେ ତାଙ୍କୁ ପିଟିଥିଲେ। ପରେ ପରେ ଜଣେ ଦୁର୍ବୃତ୍ତ ଗୁଲ୍‌ଶନ୍‌ଙ୍କୁ ଧରି ମାରଧର କରିବା ବେଳେ ଅନ୍ୟ ତିନି ଜଣ ଗହଣା ଓ ଟଙ୍କା ଏକାଠି କରିଥିଲେ।

ସେମାନେ ୨୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ୧ ଲକ୍ଷ ଟଙ୍କା ଚୋରାଇ ନେଇଛନ୍ତି।

ଚୋରି ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସିସିଟିଭି କ୍ୟାମେର କେଉଁଠି ଅଛି ଖୋଜିଥିଲେ। କିନ୍ତୁ, ତାହା ପାଇଲେ କି, ନାହିଁ ଜଣାପଡୁ ନ ଥିବା ବେଳେ ସେମାନେ ଟିଭି ସେଟ୍‌ ଟପ୍‌ ବକ୍ସ୍‍କୁ ସିସିଟିଭିର ଡିଭିଆର୍‌ ଭାବି ନେଇଯାଇଥିଲେ।

ଚୋରମାନେ ଯିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର