କିଛି ଦିନ କମିବା ପରେ ସ୍ଥିର ରହିଛି ସୁନାଦର, ଆଗକୁ ଆହୁରି ବଢିବା ସମ୍ଭାବନା

ନୂଆଦିଲ୍ଲୀ- କିଛି ଦିନ କମିବା ପରେ ପୁଣି ସୁନାଦର ଏବେ  ସାମାନ୍ୟ ସ୍ଥିର ରହିଛି ।  ଭାରତୀୟ ରିଟେଲ ବଜାରରେ ଆଜି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୬୭,୦୦୦ ଟଙ୍କା ରହିଛି । ପୂର୍ବଦିନ ବି ୬୭,୦୦୦ ଥିଲା। ଅର୍ଥାତ୍ ଦର ସ୍ଥିର ରହିଛି। ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୦୮୦ ଟଙ୍କା ରହିଛି । ଗତକାଲି ଅର୍ଥାତ ଶନିବାର ୨୪ କ୍ୟାରେଟ ସୁନା ମୂଲ୍ୟ ୭୩,୦୮୦ ଟଙ୍କା ଥିଲା । ଆଜି ଦର ସ୍ଥିର ରହିଛି। କିନ୍ତୁ ଆଗାମୀ ଦିନରେ ସୁନା ଦର ଆହୁରି ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ତେବେ ମଧ୍ୟପୂର୍ବ ଅସ୍ଥିରତା ମଧ୍ୟରେ ସୁନାଦର ଆଗକୁ ବଢିବା ସମ୍ଭାବନା ରହିଛି ।
ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ଆସୋସିଏସନ ର ତଥ୍ୟ ଅନୁସାରେ ଶୁକ୍ରବାର କାରବାର ବନ୍ଦ ବେଳକୁ ସୁନା ୨୪ କ୍ୟାରେଟ ୭୨୪୫୦ ଟଙ୍କା ଓ ୨୨ କ୍ୟାରେଟ ୭୦୭୧୦ ଟଙ୍କା ଥିଲା ।
ରୁପା ଦର ବିଷୟରେ କହିବାକୁ ଗଲେ ଆଜି ଲକ୍ଷ୍ନୌରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୮୪,୦୦୦ ରହିଛି । ସେହିପରି ଗତକାଲି ଏହି ଦର କିଲୋ ଗ୍ରାମ ପିଛା ୮୪,୦୦୦ ଟଙ୍କା ଥିଲା । ଅର୍ଥାତ୍ ରୁପା ମୂଲ୍ୟ ସ୍ଥିର ରହିଛି ।

ସମ୍ବନ୍ଧିତ ଖବର