ମେ ୧୫ରୁ ଦୁବାଇକୁ ବିମାନ: ଆଜି ଟିକେଟ୍ ବିକ୍ରିର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ମେ ୧୫ତାରିଖରୁ ଭୁବନେଶ୍ବରରୁ ଦୁବାଇକୁ ବିମାନସେବା ଆରମ୍ଭ ହେବ। ଆସନ୍ତାକାଲି (ଏପ୍ରିଲ ୧ରେ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର ଶୁଭାରମ୍ଭ କରିବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ହେଲେ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ କେବେ ବିମାନ ଉଡ଼ାଣ ଆରମ୍ଭ ହେବ ସେ ସମ୍ପର୍କରେ କିଛି ସୂଚନା ଦେଇନାହାନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟି-୨ ଟର୍ମିନାଲର ନବୀକରଣ କାମ ମେ ମାସରେ ସରିବ। ଏହାକୁ ନଜରରେ ରଖି ମେ ୧୫ରେ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ସହ ରାଜ୍ୟ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି।

ସମ୍ବନ୍ଧିତ ଖବର