କାଳବୈଶାଖୀରେ ଉଡ଼ିଗଲା ଛପର

ପଦ୍ମପୁର: କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ଗ୍ରାମରେ ଆଜି ଅପରାହ୍ଣର କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଘଡ଼ଘଡ଼ି ସହ ତୁହାକୁତୁହା ପ୍ରାୟ ଅଧଘଣ୍ଟା ପବନ ହେବାରୁ ପରମେଶ୍ବର ପାତ୍ର ଓ ଦିବାକର ପାତ୍ରଙ୍କ ଟାଇଲ ସହ ଖପର ଉଡ଼େଇ ନେଇଥିଲା।

ସେହିପରି ଭରତ ପାତ୍ରଙ୍କ ଘରେ ଲାଗିଥିବା ବିଦ୍ୟୁତ୍‌ ବଙ୍କୁଲି ବାଡ଼ିକୁ ମଧ୍ୟ ଉପାଡ଼ି ଦେଇଛି। ପବନରେ କେତେକ ସ୍ଥାନରେ ଗଛଡାଳ ଭାଙ୍ଗି ପଡ଼ିଛି। ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର