ମୋ ସ୍କୁଲ କାର୍ଯ୍ୟକ୍ରମରେ ମିଳିଲା ୧୦୦ କୋଟି

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ସରକାରଙ୍କୁ ୧୦୦ କୋଟି ଟଙ୍କା ଅନୁଦାନ ମିଳିଛି। ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ଦେଶ ଓ ବିଦେଶରୁ ବିଭିନ୍ନ ଆଲୁମିନିଠାରୁ ୩୩ କୋଟି ୬୦ ଲକ୍ଷ ୧ ହଜାର ୪୨୮ ଟଙ୍କା ଅନୁଦାନ ମିଳିଥିଲା। ଦୁଇ ତୃତୀୟାଂଶ ମେଳକ ପାଣ୍ଠି ବାବଦରେ ସରକାର ବାକି ଅର୍ଥ ପ୍ରଦାନ କରିବାରୁ ଏହି ମୋଟ ଅନୁଦାନ ପରିମାଣ ୧୦୦ କୋଟି ୬୯ ଲକ୍ଷ ୨୪ ହଜାର ୨୮୪ରେ ପହଞ୍ଚିଛି। ଅଭିଯାନ ଆରମ୍ଭ ହେବା ଦିନଠାରୁ ଅଳ୍ପଦିନ ଭିତରେ ଏତେ ପରିମାଣର ଅନୁଦାନ ମିଳିବା ରେକର୍ଡ଼ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୋ ସ୍କୁଲ ଅଭିଯାନ କାର୍ଯ୍ୟନିର୍ବାହୀ ପରିଷଦ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାପାତ୍ର।

ମୋ ସ୍କୁଲ କାର୍ଯ୍ୟକ୍ରମ ଜରିଆରେ ଭିତ୍ତିଭୂମି ବିକାଶ ପାଇଁ ଏବେସୁଦ୍ଧା ୭୦୮ଟି ବିଦ୍ୟାଳୟର ୧୨୫୭ଟି ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କରାଯାଇଛି। ସୂଚନାଥାଉକି, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାର ବିକାଶ ପାଇଁ ସହଯୋଗ ଭିତ୍ତିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ରାଜ୍ୟ ସରକାର ୨୦୧୮ ନଭେମ୍ବର ୧୪ ତାରିଖରେ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର