ଜାତୀୟ ଲୋକ ଅଦାଲତ: ୪୧,୯୧୫ ମାମଲାର ଫଇସଲା

ଭୁବନେଶ୍ବର : ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓନିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦେଶରେ ଚଳିତବର୍ଷ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ବର, ଖୋର୍ଧା, ବାଣପୁର, ଜଟଣୀ, ଚିଲିକା ଓ ଟାଙ୍ଗୀଠାରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲଦ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଧା ଜିଲ୍ଲା ଓ ଦୌରାଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିଶିଥ ନିଶାଙ୍କଙ୍କ ନିର୍ଦେଶରେ ଏହା ଆୟୋଜିତ ହୋଇଥିଲା। ପରବର୍ତୀ ରାଷ୍ଟ୍ରୀୟ ଅଦାଲତ ସେପ୍ଟେମ୍ବର ୯ ତାରିଖରେ ଆୟୋଜିତ ହେବ।

ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମାମଲା ଫୌଜଦାରୀ(ସାଲିସଯୋଗ୍ୟ), ଜମି ଅଧିଗ୍ରହଣ, ବିଦ୍ୟୁତ ଓ ଜଳ, ଟେଲିଫୋନ ଭଳି ମାମଲାର ବିଚାର ହୋଇଥିଲା। ବ୍ୟାଙ୍କ ଋଣ ଅନାଦେୟ, ଦୂର ସଞ୍ଚାର ଅନାଦେୟ ବିଲ୍‌, ରାଜସ୍ବ ପାରିବାରିକ ଓ ବିଭିନ୍ନ ଜନ ଉପଯୋଗୀ ମାମଲାମାନ ଅଦାଲତଙ୍କ ପକ୍ଷରୁ ୬୮,୧୨୪ ଟି ଆଗତ କରାଯାଇଥିଲା। ଆପୋଷ ଆଲୋଚନା ଓ ସହମ୍ମତି ଭିତ୍ତିରେ ରେଡର୍କ ସଂଖ୍ୟକ ୪୧,୯୧୫ଟି ମାମଲାର ଫଇସଲା କରାଯାଇ ୧୪,୪୨,୦୩,୩୧୧ ଟଙ୍କା ସେଟେଲମେଣ୍ଟ କରାଯାଇଥିଲା। ଲୋକ ଅଦାଲତ ସଚିବ ସୌଦାମିନୀ ସିଂଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅଦାଲତରେ ମାମଲା ଫଇସଲା କରିଥିଲେ।

ସମ୍ବନ୍ଧିତ ଖବର