କୁଟୁଗାଁ :  ଝୁମ୍ପୁରା ବ୍ଲକ୍‌ କୁଟୁଗାଁ ପଞ୍ଚାୟତର ନାଉପାଣି, ହାତୀଦରୀ, ଜୟପୁର, ଚ˚ପାଡିହି, ସାନଯୋଡ଼ା, ବ୍ରାହ୍ମଣିଝରୀ, କୁଟୁଗାଁ ଓ ଚିପିଣ୍ତା ଆଦି ୮ଟି ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ଚାଷୀମାନେ ଧାନକ୍ଷେତକୁ ସୁରକ୍ଷିତ ରଖିବା ନିମନ୍ତେ ମଞ୍ଚାରେ  ରାତି କଟାଇବାକୁ ବାଧ୍ୟ ହେଉଛନ୍ତି।

Advertisment

ପ୍ରକାଶ ଯୋଗ୍ୟ ଚ˚ପୁଆ ରେଞ୍ଚ ବାଲିବନ୍ଧ ସେକସନର ଚିପିଣ୍ତା ବିଟ୍‌ର ଏହି ଗାଁଗୁଡ଼ିକରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ୁଛି। ଧାନ ଫସଲ ନଷ୍ଟ ହେଉଥିବା ବେଳେ ହାତୀ ଗାଁ ମୁହାଁ ହେଉଥିବା ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏପରି ସ୍ଥଳେ ୮ଟି ଗ୍ରାମର ଚାଷୀମାନେ ଏବେ ଧାନକ୍ଷେତକୁ ହାତୀ ମୁହଁରୁ ସୁରକ୍ଷିତ ରଖିବା ନିମନ୍ତେ ୫୦ଟିରୁ ଅଧିକ ମଞ୍ଚା ଗଛ ଉପରେ କରି ଫସଲ ଜଗୁଛନ୍ତି। ରାତ୍ରିରେ ଅନିଦ୍ରା ରହି ବାଜା ବଜାଇ ହୋହାଲ୍ଲା କରି ହାତୀ ଘଉଡାଇବା ପ୍ରୟାସ ଜାରି ରଖିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଚାଷ ପାଇଁ ଚାଷୀ ସ˚ଘର୍ଷ ଜାରି ରଖିଥିବା ଦେଖିବାକୁ ମିଳୁଛି। ଏପଟେ ପୂର୍ବରୁ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଉଚିତ୍‌ କ୍ଷତିପୂରଣ ନିମନ୍ତେ ଚାଷୀମାନେ ଦାବି କରିଛନ୍ତି।  ହାତୀ ଘଉଡାଇବା ନିମନ୍ତେ ବନ ବିଭାଗ ତରଫରୁ ଆବଶ୍ୟକ ଉପକରଣ ଦେବା ନିମନ୍ତେ ମଧ୍ୟ ଦାବି ହୋଇଛି।