ବାଲେଶ୍ବର: ବାଲିମାଫିଆଙ୍କ ଦ୍ବାରା ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲା ପରେ ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଆକ୍ସନ ମୁଡ଼ ଦେଖାଯାଇଛନ୍ତି। ବାଲିମାଫିଆମାନଙ୍କ ଆକ୍ରମଣକୁ ଡରି ନଯାଇ ଦହପଡ଼ାରେ ଥିବା ଏକ ବେଆଇନ୍‌ ଇଟାଭାଟି ଉପରେ ଆଜି ଅତର୍କିତ ଚଢ଼ଉ କରିଛନ୍ତି। ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଇଟାଭାଟିକୁ ଭାଙ୍ଗି ଦେଇଛି। ଘଟଣାସ୍ଥଳକୁ ଏସ୍‌ପି ସାଗରିକା ନାଥ, ରେମୁଣା ତହସିଲଦାରଙ୍କ ଅନ୍ୟ ମାନେ ଯାଇଥିଲେ।

Advertisment

publive-image

ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭରଙ୍କୁ ଦହପଡ଼ା ଠାରେ ବାଲିମାଫିଆଙ୍କ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୧ ଜଣ ଅଭିଯୁ୍କ୍ତ ଗିରଫ ହୋଇଛନ୍ତି। ଶୁକ୍ରବାର ଅପରାହ୍ନ ସମୟର ଆକ୍ରମଣ ଘଟଣାକୁ ନେଇ ସହଦେବଖୁଣ୍ଟା ଥାନା ପୁଲିସ ୮ ଜଣ ପୁରୁଷ ଓ ଜଣ ୩ ମହିଳାଙ୍କୁ ଗିରଫ କରିଛି।

publive-image

ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଦହପଡ଼ା ଓ କଣ୍ଟାବଣିଆ ଗାଁରେ ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ମଧ୍ୟରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ବେଆଇନ ଇଟାଭାଟି ମାଟିରେ ମିଶାଇବା ପାଇଁ ନିର୍ଦେଶ ଦେଇଛନ୍ତି। ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଉକ୍ତ ଅଞ୍ଚଳରେ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

publive-image

ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଫିଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ଏକ ବେଆଇନ ବାଲିଘାଟରେ ଚଢ଼ଉ କରିବାକୁ ଯାଇ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଉପଜିଲ୍ଲାପାଳ ଦ୍ୱିପ୍ରହର ସମୟରେ ଏକ ଅବକାରୀ ଗାଡ଼ିରେ ଅତର୍କିତ ଚଢ଼ଉ ବେଳେ ପ୍ରାୟ ୧୦ରୁ ୧୨ ଜଣ ବାଲି ମାଫିଆ ଇଟା, ବେଲଚା ଆଉ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଥିଲେ।