ସମ୍ବଲପୁର ରେଳ ମଣ୍ଡଳର ୫ ଲେଭେଲ୍ କ୍ରସିଂ ହଟିଲା

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମୋଟ ୫ଟି ମାନବଯୁକ୍ତ ଲେଭେଲ୍‌ କ୍ରସିଂ ଉଚ୍ଛେଦ କରାଯାଇ ତା’ ବଦଳରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ (ଅଣ୍ଡର୍‌ପାସ୍‌) ସ୍ଥାପନ କରାଯାଇଛି। ଏହି ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ସେକ୍‌ସନ୍‌ର ଯୁଯୁମୁରାରୁ ଚାରମାଳ ଷ୍ଟେସନ୍ ମଧ୍ୟରେ ଥିବା ଏସ୍‌ଟି-୨୬ ଲେଭେଲ୍ କ୍ରସିଂ ସ୍ଥାନରେ ଏହି ଅଣ୍ଡରପାସ୍‌ ନିର୍ମାଣ ହୋଇଛି।

ସେହିପରି ସମାନ ସେକ୍‌ସନ୍‌ର ବାମୁର ଓ ସରଗିପାଲି ଷ୍ଟେସନ୍ ମଧ୍ୟରେ ଥିବା ଏସ୍‌ଟି-୫୩ ଓ ସରଗିପାଲି-ହଣ୍ଡପା ଷ୍ଟେସନ୍ ମଧ୍ୟରେ ଥିବା ଏସ୍‌ଟି-୬୧ ଲେଭେଲ୍ କ୍ରସିଂ ସ୍ଥାନରେ ବି ସୀମିତ ଉଚ୍ଚତା ବିଶିଷ୍ଟ ଅଣ୍ଡରପାସ୍‌ ବା ରେଳ ଉପମାର୍ଗ ନିର୍ମିତ ହୋଇଛି। ଏହାଛଡ଼ା ଟିଟିଲାଗଡ଼-ଥେରୁବାଲି ସେକ୍ସନ୍ ଅନ୍ତର୍ଗତ ଅମ୍ବାଦଳା ୟାର୍ଡସ୍ଥିତ ମାନବଯୁକ୍ତ ଲେଭେଲ୍ କ୍ରସିଂ ଆର୍‌ଭି-୨୧୪ ଓ ଟିଟିଲାଗଡ଼-ରାୟପୁର ସେକ୍ସନ୍‌ର ମହାସମୁନ୍ଦଠାରେ ଥିବା ମାନବଯୁକ୍ତ ଲେଭେଲ୍ କ୍ରସିଂ ନଂ ୩୪କୁ ବନ୍ଦ କରି ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ବ୍ୟବସ୍ଥା କରାଯାଇଥିବା ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର