ମୁମ୍ବାଇ ମିଷ୍ଟର୍ ୟୁନିଭର୍ସ ଉପବିଜେତା ସୁନ୍ଦରଗଡ଼ର ସ୍ବରୂପ  

ସୁନ୍ଦରଗଡ଼: ସୁନ୍ଦରଗଡ଼ର ସ୍ବରୂପ ଠାକୁର ମୁମ୍ବାଇ ମିଷ୍ଟର୍ ୟୁନିଭର୍ସର ପ୍ରଥମ ଉପବିଜେତା ହୋଇ ସୁନ୍ଦରଗଡ଼ ପାଇଁ ଗୌରବ ଆଣିଛନ୍ତି। ମୁମ୍ବାଇସ୍ଥିତ ଜୋଏଲ ଏଣ୍ଟରଟେନମେଣ୍ଟ ପକ୍ଷରୁ ସୁଭି ପ୍ୟାଲେସରେ ଅନୁଷ୍ଠିତ ପ୍ରତିଯୋଗିତାରେ ସ୍ବରୂପ ଭାଗ ନେଇ ଏହି ସମ୍ମାନ ହାସଲ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଅନଲାଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ ଅଗଷ୍ଟ ୨୦ରୁ ୨୬ ଯାଏ ଦେଶର ବିଭିନ୍ନ କୋଣର ପ୍ରତିଯୋଗୀମାନଙ୍କୁ ନେଇ ଗ୍ରୁପିଂ ପର୍ଯ୍ୟାୟ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ଯୋଗ୍ୟତା ହାସଲ କରିଥିବା ପ୍ରତିଯୋଗୀ ଚୂଡ଼ାନ୍ତ ପ୍ରତିଯୋଗିତାକୁ ଉନ୍ନୀତ ହୋଇଥିଲେ। ଶ୍ରୀ ଠାକୁରଙ୍କ ମିଷ୍ଟର ୟୁନିଭର୍ସ ସହ  ପରଫେକ୍ଟ ବଡ଼ି ଟ୍ରଫି ପ୍ରଦାନ କରାଯାଇଥିଲା।

ଚଳଚିତ୍ର ନିର୍ମାତା ରାକେଶ, ମିସେସ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଦୁବାଇ ତରନୁଦା ଶେଖ, ମିସ୍ ୟୁନିଭର୍ସ ପ୍ରଥମ ଉପବିଜେତା ଦୀପ୍ତିଙ୍କ ଠାରୁ ସେ ଟ୍ରଫି ଗ୍ରହଣ କରିଥିଲେ। ଏହି ସଫଳତା ପାଇଁ ସ୍ବରୂପ ନିଜ ବାପାମା ଓ ଫେସ ଅଫ୍ ସୁନ୍ଦରଗଡ଼ର ସଂଗଠିକା ସ୍ବାତୀ ପୁରୋହିତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଠାକୁର ଏହା ପୂର୍ବରୁ ଫେସ ଅଫ୍ ସୁନ୍ଦରଗଡ଼ ଓ ଓଡ଼ିଶା ସାଇନିଂ ଆଇକନରେ ଭାଗ ନେଇ କୃତିତ୍ବ ହାସଲ କରିଥିଲେ। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି।

ସମ୍ବନ୍ଧିତ ଖବର