ଓସିଏଚ୍‌ସି ବୈଠକରେ ଉତ୍ତେଜନା

ଭୁବନେଶ୍ବର: ଓଡ଼ିଶା କୋ-ଅପରେଟିଭ୍ ହାଉସିଂ କର୍ପୋରେସନ୍ (ଓସିଏଚ୍‌ସି) ଲି‌ମିଟେଡ୍‌ ବୈଠକରେ ଘଟିଥିବା ଉତ୍ତେଜନା ମାମଲା ଥାନାରେ ପହଞ୍ଚିଛି। ଯୁଗ୍ମ ରେଜିଷ୍ଟ୍ରାର୍ ତଥା ପରିଚାଳନା ନିର୍ଦ୍ଦେଶକ ଭକ୍ତବନ୍ଧୁ ସାହୁଙ୍କୁ ମାଡ଼ ମାରିବା ଅଭିଯୋଗ‌ରେ ଆଜି ଖାରବେଳନଗର ଥାନା ପୁଲିସ କର୍ପୋରେସନ୍‌ର ସଭାପତି ବିଶ୍ବରଞ୍ଜନ ମହାନ୍ତିଙ୍କୁ ଜେରା କରିଛି।

ଆଜି ସନ୍ଧ୍ୟାରେ ପୁଲିସ ଶ୍ରୀମହାନ୍ତିଙ୍କୁ ଥାନାକୁ ଡାକି ପ୍ରାୟ ଏକ ଘଣ୍ଟା ଧରି ଜେରା କରିଛି। ସୂଚନାନୁସାରେ ଗତ ୨୧ ତାରିଖ ଦିନ ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଭାପତି ବିଶ୍ବରଞ୍ଜନ ମହାନ୍ତି ଓ ନିର୍ଦ୍ଦେଶକ ନିରଞ୍ଜନ ପ୍ରଧାନ ମିଳିତ ଭାବେ ପରିଚାଳନା ନିର୍ଦ୍ଦେଶକ ଭକ୍ତବନ୍ଧୁ ସାହୁଙ୍କୁ ମାଡ଼ ମାରିଥିବା ନେଇ ଖାରବେଳନଗର ଥାନାରେ ଅଭି‌ଯୋଗ ହୋଇଥିଲା। ତେବେ ବିଶ୍ବରଞ୍ଜନ ମହାନ୍ତି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବୈଠକରେ ଉତ୍ତେଜନା ପ୍ରକାଶ ପାଇଥିବା କଥା ସତ, କିନ୍ତୁ କାହାକୁ ଆକ୍ରମଣ କରାଯାଇନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର