କଂଗ୍ରେସ ପାଇଁ ହନୁମାନ ଚାଳିଶା ଶୁଣିବା ବି ଏକ ଅପରାଧ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କଂଗ୍ରେସ ଉପରେ ଆକ୍ରମଣ କରି ତାଙ୍କର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ହନୁମାନ ଚାଳିଶା ଶୁଣିବା କଂଗ୍ରେସ ହିସାବରେ ଏକ ଅପରାଧ।

ପ୍ରଧାନମନ୍ତ୍ରୀ ରାଜସ୍ଥାନର ଟଙ୍କ-ସୱାଇ ମାଧୋପୁରରେ ହନୁମାନ ଜୟନ୍ତୀ ପାଳନ ହେଉଥିବା ଅବସରରେ ଏକ ମତଦାନ ରାଲିକୁ ସମ୍ବୋଧିତ କରି ଏପରି ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ରାଜସ୍ଥାନରେ ରାମ ନବମୀ ଉତ୍ସବକୁ ମଧ୍ୟ କଂଗ୍ରେସ ନିଷେଧ କରିଛି।
ମୋଦୀ କହିଛନ୍ତି, “କଂଗ୍ରେସର ଶାସନ ଅଧୀନରେ ହନୁମାନ ଚଳିଶା ଶୁଣିବା ମଧ୍ୟ ଏକ ଅପରାଧରେ ପରିଣତ ହୋଇଛି। ପ୍ରଥରେ ରାଜସ୍ଥାନ ଏହାର ଶିକାର ହୋଇଛି। ରାଜସ୍ଥାନରେ ରାମ ନବମୀ ପାଇଁ ହେଉଥିବା ଶୋଭାଯାତ୍ରାକୁ ବି ବନ୍ଦ କରି ଦିଆଯାଇଛି।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜସ୍ଥାନ ଭଳି ରାଜ୍ୟରେ, ଯେଉଁଠାରେ ଲୋକମାନେ ରାମ-ରାମ ଜପ କରୁଛନ୍ତି, କଂଗ୍ରେସ ରାମ ନବମୀଙ୍କୁ ବାରଣ କରିଛି। ରବିବାର ଦିନ ରାଜସ୍ଥାନର ଏକ ରାଲିକୁ ସମ୍ବାଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ମୋଦୀଙ୍କୁ ଦୁର୍ବ୍ୟବହାର କରିବ‌ାର ସୁଯୋଗ ଆଦୌ ହାତଛଡ଼ା କରୁନାହାନ୍ତି।

ସମ୍ବିଧାନ ସହିତ କଂଗ୍ରେସ ଦଳ ଖେଳିଛି ବୋଲି ମୋଦୀ ତାଙ୍କ ବୟାନରେ କହିଛନ୍ତି। ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା, ତେବେ ଶତ୍ରୁମାନେ ସୀମା ପାର ହୋଇ ଆମର ସୈନିକମାନଙ୍କ ମୁଣ୍ଡ କାଟିଥାନ୍ତେ ଏବଂ କଂଗ୍ରେସ ସରକାର କିଛି କରି ନଥାନ୍ତେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ୧୦ ବର୍ଷ ମଧ୍ୟରେ ଆପଣ ଦେଖିଛନ୍ତି ଯେ ଦେଶର ବିକାଶ ପାଇଁ ଏକ ସ୍ଥିର ତଥା ସଚ୍ଚୋଟ ସରକାର କ’ଣ କରିପାରନ୍ତି।

ସମ୍ବନ୍ଧିତ ଖବର