ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ହକି ଇଣ୍ଡିଆ ପୁରୁଷ ଦଳ ଘୋଷଣା: ଓଡ଼ିଆ ଖେଳାଳି ଅମିତ ରୋହିଦାସ ସାମିଲ

ନୂଆଦିଲ୍ଲୀ : ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏହି ତାଲିକାରେ ୫ ଜଣ ଡେବ୍ୟୁାଣ୍ଟ ରହିଛନ୍ତି। ଦଳର ନେତୃତ୍ବ ହରମାନପ୍ରୀତ୍ ସିଂ ନେବେ। ଉପଅଧିନାୟକ ଭାବରେ ହାର୍ଦ୍ଦିକ ସିଂଙ୍କୁ ଦଳର ସାମିଲ କରାଯାଇଛି। ଅଲମ୍ପିକ୍ସ ଦଳରେ ଅମିତ ରୋହିଦାସ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସାମିଲ ହୋଇଛନ୍ତି। ଜରମାନପ୍ରୀତ ସିଂ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂ ଏହି ପାଞ୍ଚ ଖେଳାଳି ପ୍ୟାରିସରେ ଅଲିମ୍ପିକ୍ ପଦାର୍ପଣ କରିବାକୁ ଯାଉଛନ୍ତି।

ଡ୍ରାଗ୍-ଫ୍ଲିକର୍ ଏବଂ ଡିଫେଣ୍ଡର ହରମାନପ୍ରୀତ ନେତୃତ୍ୱ ନେଉଥିବାବେଳେ ସେ ମିଡଫିଲ୍ଡର ହାର୍ଦ୍ଦିକ ସିଂଙ୍କ ସମର୍ଥନ ପାଇବେ। ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସର୍ବ କନିଷ୍ଠ ସଦସ୍ୟ ଭାବରେ ଡେବ୍ୟୁ କରି ପରବର୍ତ୍ତୀ ସମୟରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ହରମାନପ୍ରୀତ ତାଙ୍କର ତୃତୀୟ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ଏହି ଦଳରେ ଭେଟେରାନ ଗୋଲକିପର ପି.ଆର ଶ୍ରୀଜେଶ ଏବଂ ମିଡଫିଲ୍ଡର ମନପ୍ରୀତ ସିଂ ମଧ୍ୟ ରହିଛନ୍ତି, ଉଭୟେ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ସେମାନଙ୍କ ଖେଳ ପ୍ରଦର୍ଶନ କରିବେ।

ପ୍ରତିରକ୍ଷା ଲାଇନରେ ହରମାନପ୍ରୀତ ସିଂ, ଜରମନପ୍ରୀତ ସିଂ, ଅମିତ ରୋହିଦାସ, ସୁମିତ ଏବଂ ସଞ୍ଜୟ ଥିବାବେଳେ ମିଡଫିଲ୍ଡରରେ ରାଜ କୁମାର ପାଲ, ଶାମଶର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଏବଂ ବିବେକ ସାଗର ପ୍ରସାଦଙ୍କ ଅବଦାନ ଦେଖିବାକୁ ମିଳିବ। ଏହା ସହିତ ଫରୱାର୍ଡ ଲାଇନରେ ଅଭିଷେକ, ସୁଖଜିତ୍ ସିଂ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂ ଏବଂ ଗୁରୁଜନ୍ତ ସିଂଙ୍କ ଭଳି ଖେଳାଳି ରହିଛନ୍ତି। ଏଥିସହ ଗୋଲକିପର କୃଷ୍ଣ ବାହାଦୂର ପାଠକ, ମିଡଫିଲ୍ଡର ନୀଲାକାନ୍ତ ଶର୍ମା ଏବଂ ଡିଫେଣ୍ଡର ଜୁରାଜ ସିଂଙ୍କୁ ବିକଳ୍ପ ଆଥଲେଟ୍ ଭାବେ ଚୟନ କରାଯାଇଛି।

ପ୍ୟାରିସ୍ ଅଲିମ୍ପିକ୍ସରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଲଜିୟମ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲ୍ୟାଣ୍ଡ ଏବଂ ଆୟର୍ଲାଣ୍ଡ ସହିତ ଭାରତ ପୁଲ୍ ‘ବି’ରେ ସ୍ଥାନିତ ହୋଇଛି। କ୍ୱାର୍ଟର ଫାଇନାଲକୁ ଯିବାକୁ, ଦଳ ନିଶ୍ଚିତ ଭାବରେ ନିଜ ପୁଲରେ ଟପ୍-ଚାରି ଫିନିଶ୍ ମଧ୍ୟରେ ନିଜର ସ୍ଥ‌ାନ ସୁରକ୍ଷିତ କରିବାର ଆଶା ରହିଛି।

ପୁଲ୍ ‘ଏ’ରେ ନେଦରଲ୍ୟାଣ୍ଡ, ଜର୍ମାନୀ, ଗ୍ରେଟ୍ ବ୍ରିଟେନ, ସ୍ପେନ୍, ଦକ୍ଷିଣ ଆଫ୍ରିକାକୁ ଏବଂ ଆୟୋଜକ ଫ୍ରାନ୍ସ କୁ ନେଇ ଗଠିତ।

ଭାରତୀୟ ଦଳ ୨୭ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଏବଂ ଏହା ପରେ ୨୯ ଜୁଲାଇରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍ ଆରମ୍ଭ ହେବ। ଏହା ପରେ ଦଳ ୨ ଅଗଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଗ୍ରୁପ୍ ପର୍ଯ୍ୟାୟ ଖେଳ ସହିତ ୩୦ ଜୁଲାଇରେ ଆୟର୍ଲାଣ୍ଡ ଏବଂ ୧ ଅଗଷ୍ଟରେ ବେଲଜିୟମ ସହିତ ମୁହାଁମୁହିଁ ହେବେ ।

ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ:

ଗୋଲକିପର: ପିଆର ଶ୍ରୀଜେଶ

ଡିଫେଣ୍ଡର: ଜରମନପ୍ରୀତ ସିଂ, ଅମିତ ରୋହିଦାସ, ହରମାନପ୍ରୀତ ସିଂ, ସୁମିତ, ସଞ୍ଜୟ

ମିଡଫିଲ୍ଡର: ରାଜକୁମାର ପାଲ, ଶ୍ୟାମଶର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ

ଫରୱାର୍ଡ: ଅଭିଷେକ, ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରୁଜନ୍ତ ସିଂ

ବିକଳ୍ପ: ନୀଲକାନ୍ତ ଶର୍ମା, ଯୁଗରାଜ ସିଂ, କୃଷ୍ଣ ବାହାଦୂର ପାଠକ (ଗୋଲକିପର) |

ସମ୍ବନ୍ଧିତ ଖବର