ଆଇନଜୀବୀ-ପୁଲିସ ମୁହାଁମୁହିଁ ଘଟଣା: ହାଇକୋର୍ଟ ଭିତରେ ପୁଲିସ କର୍ମୀଙ୍କୁ ମାଡ଼ନେଇ କାର୍ଯ୍ୟାନୁଷ୍ଠାନ ଦାବି

କଟକ: ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଓ ପୁଲିସ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣା ଗୁରୁବାର ଉଗ୍ରରୂପ ନେବାକୁ ଯାଉଛି। ଘଟଣା ପରେ କନଷ୍ଟେବଲ ଓ ହାବିଲଦାର ସଂଘ ସାମ୍ବାଦିକ ସମ୍ମିଳନୀ ଡାକିଛି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସଂଘ କହିଛି ଆଇନଜୀବୀଙ୍କୁ ମାଡ଼ ମରାଯାଇ ନାହିଁ। ଅନ୍ୟପକ୍ଷରେ ହାଇକୋର୍ଟ ପରିସରରେ ପୁଲିସ କର୍ମୀଙ୍କୁ ମାଡ଼ମାରିବା ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସଂଘ ଏଥି ପାଇଁ ୪୮ ଘଣ୍ଟା ସମୟ ଦେଇଛି। କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ସଂଘ ବିକଳ୍ପ ରାସ୍ତା ଆପଣାଇବ ବୋଲି ଚେତାବନୀ ଦେଇଛି। ସଂଘ କହିଛି ଘଟଣାକୁ ନେଇ ରାଜନୀତି କରା ନଯାଉ ଏବଂ ଆମ ଉପରେ ଦୋଷ ଲଦା ନଯାଉ।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୨୯ରେ ହାଇକୋର୍ଟ ପରିସରରେ ପୁଲିସ କର୍ମୀ ସତ୍ୟନାରାୟଣ ସ୍ୱାଇଁଙ୍କୁ ମାଡ ହୋଇଥିଲା। ଏହି ଘଟଣା ସହିତ ଜଡିତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। ସେହିଭଳି ଗତ ଅଗଷ୍ଟ ୨୮ରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାର ଅଞ୍ଚଳରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିବା ଘଟଣରେ ନିଲମ୍ବିତ ହୋଇଥିବା ୩ଜଣ ପୁଲିସ କର୍ମୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର