ଲାଇଭ୍‌ କନସର୍ଟରେ ଗୀତ ଗାଉ ଗାଉ କାନ୍ଦି ପକାଇଲେ ନେହା କକ୍କର, ଭାଇରାଲ ହେବାରେ ଲାଗିଛି ଭିଡିଓ

ମୁମ୍ବାଇ : କିଛି ଦିନ ତଳେ ବଲିଉଡ୍‌ର ଆଗ ଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ନିଜର ପ୍ରେମିକ ଅଭିନେତା ହିମାନ୍ସ କୋହାଲିଙ୍କଠାରୁ ଅଲଗା ହୋଇ ଯାଇଥିବାର ଖବର ମିଳିଥିଲା । ଦୁହେଁ ନିଜ ନିଜ ସୋସିଆଲ ମିଡିଆ ସାଇଟ୍‌ରୁ ଫଟୋ ହଟାଇ ଦେଇଥିବା ବେଳେ ନେହା ହିମାନ୍ସଙ୍କୁ ଚିହ୍ନି ନଥିବା କହିଥିଲେ । ଇନ୍‌ଷ୍ଟାରେ ସେ ଦୁଃଖଭରା ପୋଷ୍ଟ କରି ନିଜ ମନର ଦୁଃଖ ନିଜ ପ୍ରଶଂସକମାନଙ୍କୁ ଜଣାଇଥିବା ବେଳେ ଏବେ ସେ ଲଇଭ୍‌ କନସର୍ଟରେ କାନ୍ଦିଥିବା ଦେଖା ଯାଇଛି ।

ସୂଚନା ମୁତାବକ, ନେହା ଅହମ୍ମଦାବାଦ୍‌ର ସରଦାର ପଟେଲ ଷ୍ଟାଡିୟମ୍‌କୁ ଲାଇଭ୍‌ କନସର୍ଟ ପାଇଁ ପହଞ୍ଚିଥିଲେ। କନସର୍ଟରେ ନେହା ଉପସ୍ଥିତ ଥିବା ଦର୍ଶକଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଆପଣମାନେ କାହାକୁ ଭଲ ପାଇଛନ୍ତି ବୋଲି ପ୍ରଶ୍ନ କରିବା ପରେ ଏଠାରେ ପ୍ରେମରେ ହୃଦୟ ଭାଙ୍ଗିଥିବା ଲୋକ ଅଧିକ ଥିବେ ବୋଲି କହିଥିଲେ ନେହା । ଏହା ପରେ ସେ ହୃଦୟ ଭାଙ୍ଗିଥିବା ଲୋକମାନଙ୍କ ପାଇଁ ‘ମାହି ବେ..’ ଗୀତ ଗାଇବା ଆରମ୍ଭ କରିଥିଲେ । ଗୀତ ଗାଇବା ସମୟରେ ନେହା କାନ୍ଦି ପକାଇବା ସହ କିଛି ସମୟ ପାଇଁ ଚୁପ୍‌ ହୋଇ ଯାଇଥିଲେ । କିଛି ସମୟ ପରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ମଧ୍ୟ ଠିକ୍‌ ଭାବରେ ଗୀତ ଗାଇ ପାରି ନଥିଲେ । ହିମାନ୍ସଙ୍କଠାରୁ ଅଲଗା ହେବା ପରେ ସେ କେତେ ଭାଙ୍ଗି ପଡ଼ିଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ି ଯାଉଥିଲା ।

ସମ୍ବନ୍ଧିତ ଖବର