ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଚାକିରି ଚୟନ ପରୀକ୍ଷା ବୋଲି କୁହାଯାଉଥିବା ଭାରତୀୟ ରେଳବାଇର ୯୦ ହଜାର ପଦବୀ ପୂରଣ ପାଇଁ ଅନୁଷ୍ଠିତ ହେଉଥିବା ଅନ୍ଲାଇନ୍ ପରୀକ୍ଷା ଦେବେ ୨. ୮ ଲକ୍ଷରୁ ଅଧିକ ପ୍ରାର୍ଥୀ। ଆଜି ଶେଷ ହେବାକୁ ଯାଉଥିବା ଆବେଦନର ଶେଷ ତାରିଖ ସୁଦ୍ଧା ଆବେଦକଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ମାସରେ ରେଳବାଇ ଆହୁରି ୨୦ ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାର ସମ୍ଭାବନା ରହିଛି। ଫଳତଃ, ରେଳବାଇ ପଦବୀ ସଂଖ୍ୟା ୧. ୧ ଲକ୍ଷ ହୋଇଯିବ।
୧୩ ଲକ୍ଷ କର୍ମଚାରୀ ଥିବା ଭାରତୀୟ ରେଳବାଇର ୨୬, ୫୦୨ ଲୋକୋପାଇଲଟ୍, ଟେକ୍ନିସିଆନ୍, କାର୍ପେଣ୍ଟର୍ ଏବଂ କ୍ରେନ୍ ଡ୍ରାଇଭର୍ ପାଇଁ ଦରଖାସ୍ତ ଆହ୍ଵାନ କରିଥିଲା। ଏ ସବୁ ୭ମ ବେତନ କମିସନ ଅଧୀନ ଲେଭଲ ୨ ପଦବୀ। ଏହାଛଡ଼ା ୬୨, ୯୦୭ ଗ୍ୟାଙ୍ଗ୍ମ୍ୟାନ୍, ସୁଇଚ୍ମ୍ୟାନ୍, ଟ୍ରାକ୍ମ୍ୟାନ୍, କ୍ୟାବିନ୍ମ୍ୟାନ୍, େଓ୍ଵଲ୍ଡର୍, ହେଲ୍ପର୍ ଆଦି ପଦବୀ ପାଇଁ ମଧ୍ୟ ୭ମ ବେତନ କମିସନ୍ ପେ’ ଲେଭଲ୍ ୧ ଅନୁସାରେ ଦରଖାସ୍ତ ଆହ୍ଵାନ କରାଯାଇଛି।