୨୫ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ: ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସିଆରପିଏଫ ଏବଂ କମିସନରେଟ୍ ପୁଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
ଭୁବନେଶ୍ବର: ମେ’୨୫ରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ କରାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସିଆରପିଏଫ ଏବଂ କମିସନରେଟ୍ ପୁଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
କେଦାରନାଥପଲ୍ଲୀରେ ଫ୍ଲାଗମାର୍ଚ୍ଚ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବସ୍ତି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି ବୋଲି କମିସନରେଟ ପୁଲିସ୍ କହିଛି।
ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଜନସାଧାରଣଙ୍କୁ ପୁଲିସ୍ ପକ୍ଷରୁ ସଚେତନ କରାଯାଇଛି। ଏକାଧିକ ବ୍ୟକ୍ତି ଗୋଟିଏ ଜାଗାରେ ଏକାଠି ନ ହେବା ପାଇଁ କୁହାଯାଇଛି। ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ କୁହାଯାଇଛି।