କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପ୍ରକଳ୍ପ ଉଦ୍ଘାଟନ ପାଇଁ ଛକାପଞ୍ଝାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଓ ବିଜେଡିର ଅନ୍ୟ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଏଭଳି ଛକାପଞ୍ଝା ଆଜି ଦୁଇଟି ସ୍ଥାନରେ ଉତ୍ତେଜନାର କାରଣ ହୋଇଛି। ମାର୍ଶାଘାଇ ଅଞ୍ଚଳରେ ଗତ ଫେବ୍ରୁଆରି ମାସରେ ବ୍ଲକ୍ ଅଧ୍ୟକ୍ଷାଙ୍କ ଦ୍ଵାରା ଉଦ୍ଘାଟିତ ଏକ ଓଭରହେଡ୍ ପାଣିଟାଙ୍କିକୁ ଆଜି ସାଂସଦ ପଣ୍ଡା ସାନି ଉଦ୍ଘାଟନ କରିବାକୁ ଆସିବା ଏବଂ ଉଦଘାଟନର କିଛି ସମୟ ପରେ ଫଳକକୁ ଭାଙ୍ଗି ଦିଆଯିବା ଘଟଣା ଚର୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ମାର୍ଶାଘାଇ ବ୍ଲକ୍ ପୁରୁଷୋତ୍ତମପୁର ଗ୍ରାମରେ ସାଂସଦ ପାଣ୍ଠିରୁ ଏକ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ଏହାକୁ ଗତ ଫେବ୍ରୃଆରି ୭ ତାରିଖରେ ବ୍ଲକ ଅଧ୍ୟକ୍ଷା ସୀତାଲତା ପରିଡ଼ା ଉଦ୍ଘାଟନ କରିଥିଲେ। ଏହାକୁ ନେଇ ସେତେବେଳେ ସାଂସଦ ଶ୍ରୀ ପଣ୍ଡା ଓ ତାଙ୍କର ସମର୍ଥକ ମାନଙ୍କ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷାଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲେ ବି ସାଂସଦ ପାଣ୍ଠିରେ ନିର୍ମିତ ହୋଇଥିବାରୁ ସାଂସଦ ପଣ୍ଡା ଏହାର ଉଦଘାଟନ କରିଥିଲେ। କିନ୍ତୁ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଥିବାରୁ ଘଟଣାସ୍ଥଳରେ ଏପିଆର୍ ଫୋର୍ସ ମୁତୟନ କରାଯାଇଥିଲା।