ଏଣିକି ବିନା ଟିକେଟରେ ଟ୍ରେନରେ ଯାତ୍ରା କରିପାରିବେ ମହିଳା!
ଦିନକୁ ଦିନ ମହିଳାଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଟ୍ରେନ୍ ଯାତ୍ରା ସମୟରେ ମହିଳାମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏବେ ମହିଳାଙ୍କ ସୁରକ୍ଷା ନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ଐତିହାସିକ ନିଷ୍ପତି ନିଆଯାଇଛି। ଟ୍ରେନରେ ଯାତ୍ରା ସମୟରେ ମହିଳାଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧକୁ ଦୃଷ୍ଟିରେ ରଖି ରେଲୱେ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ଏହି ନିଷ୍ପତି ଅନୁସାରେ, ଏଣିକି ମହିଳାମାନେ ବିନା ଟିକେଟରେ ତଥା ଏକାକୀ ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କୁ ଟିଟିଇ ଟ୍ରେନରୁ ଓହ୍ଲାଇଦେଇ ପାରିବେ ନାହିଁ । ତେବେ ରେଲୱେ ବୋର୍ଡ ତରଫରୁ ଏହି ନିଷ୍ପତି ପୂର୍ବରୁ ନିଆଯାଇସାରିଛି । ଯାହାକି ଖୁବ୍ ଶୀଘ୍ର ସମସ୍ତ ଷ୍ଟେସନରେ କାର୍ଯ୍ୟକାରୀ ହେବାକୁ ଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳାଙ୍କ ସୁରକ୍ଷା ପାଇଁ ଏହା ଏକ ବଡ ନିଷ୍ପତି। ମହିଳାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ରେଳ ମନ୍ତ୍ରାଳୟ ୧୯୮୯ରେ ଏକ ନିୟମ ପ୍ରସ୍ତୁତ କରିଥିଲା। ଯେଉଁଥିରେ କୌଣସି ଏକାକୀ ମହିଳାଙ୍କୁ ଟ୍ରେନରୁ ଓହ୍ଲାଇଦେବା ଦ୍ୱାରା ତାଙ୍କ ସହ କୌଣସି ଦୁର୍ଘଟଣା ଘଟିପାରେ, ତେଣୁ ଯଦି କୌଣସି ମହିଳା ଟ୍ରେନରେ ଏକାକୀ ଯାତ୍ରା କରୁଛନ୍ତି ଏବଂ ସେ କୌଣସି କାରଣରୁ ଟିକେଟ୍ କରିପାରିନାହାଁନ୍ତି ତେବେ ଟିଟିଇ ତାଙ୍କୁ ଟିକେଟ କରିନଥିବା କାରଣରୁ ଟ୍ରେନରୁ ଓହ୍ଲାଇଦେଇପାରିବେ ନାହିଁ। ମାତ୍ରା ଦୁର୍ଭାଗ୍ୟର କଥା ହେଲା, ଏହି ନିୟମ କେବେଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିଲା।
ରେଲୱେ ନିୟମ ଅନୁସାରେ, ରିଜର୍ଭ କୋଚରେ ୱେଟିଂ ତାଲିକାରେ ନାଁ ଥିଲେ ବି ମହିଳାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇପାରିବ ନାହିଁ । ଏହାବ୍ୟତୀତ, ସେ ଯଦି ସ୍ଲିପର ଟିକେଟ ନେଇ ଏସି-୩ରେ ଯାତ୍ରା କରୁଛନ୍ତି ତେବେ ବି ଟିଟିଇ ତାଙ୍କୁ ସ୍ଲିପରରେ ଯିବାକୁ କେବଳ ଅନୁରୋଧ କରିପାରିବେ। ତାଙ୍କୁ କେବଳ ଜିଲ୍ଲା ମୁଖ୍ୟାଳୟ ଷ୍ଟେସନରେ ଓହ୍ଲାଇ ଦିଆଯାଇପାରିବ। କିନ୍ତୁ ତା ପୂର୍ବରୁ କଂଟ୍ରୋଲ ରୁମକୁ ଏନେଇ ସୂଚନା ଦେବାକୁ ପଡିବ। ଏହାପରେ ଟ୍ରେନରୁ ତାଙ୍କୁ ଓହ୍ଲାଇ ଦିଆଯାଇ ଟିକେଟ୍ ସହିତ ଜିଆରପିର ମହିଳା କନେଷ୍ଟବଳଙ୍କୁ ଦାୟିତ୍ୱ ରହିବ କି ସେ ତାଙ୍କୁ ଏକ ସୁରକ୍ଷିତ ସିଟରେ ବସାଇବେ।