ସାଙ୍ଗର ଜନ୍ମଦିନ ପାଲଟିଲା ମୃତ୍ୟୁଦିନ! ଗୀତ ବଦଳାଇବାକୁ ନେଇ ଡିଜେ ସହ ଝଗଡ଼ା ହେଲା କାଳ
ନୂଆଦିଲ୍ଲୀ :ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଲେ ଯୁବକ । ଦିଲ୍ଲୀର ଏକ ବାର୍ରେ ସାଙ୍ଗର ଜନ୍ମଦିନ ପାଳନ କରୁଥିବା ବେଳେ ବାର୍ର ଡ଼ିଜେ ସହ ଗୀତ ବଦଳାଇବାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଡ଼ିଜେ ଯୁବକଙ୍କ ପେଟରେ ଛୁରା ମାଡ଼ କରିଥିଲେ । ଏହି ଘଟଣାରେ ଜଣେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଏ ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡ଼ିଜେକୁ ଗିରଫ କରିିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମତାବକ, ଇସ୍ମିତ୍ ନାମକ ଯୁବକ ନିଜର ଜନ୍ମଦିନ ପାଳନ କରିବା ପାଇଁ ଦିଲ୍ଲୀର ଏକ ବାର୍ରେ ପାର୍ଟି କରିଥିଲେ । ତାଙ୍କ ସହ ତାଙ୍କର ୧୦ଜଣ ସାଙ୍ଗ ମଧ୍ୟ ଯାଇଥିଲେ । କିଛି ସମୟ ପାର୍ଟି କରିବା ପରେ ଇସ୍ମିତ୍ଙ୍କ ଜଣେ ସାଙ୍ଗ ବିଜୟଦୀପ୍ ଗୀତ ବଦଳାଇବା ପାଇଁ ଡ଼ିଜେକୁ ଯାଇ କହିଥିଲେ । ବିଜୟଦୀପ୍ଙ୍କ କହିବା ସତ୍ତ୍ୱେ ମଧ୍ୟ ଡ଼ିଜେ ଦୀପକ ଗୀତ ବଦଳାଇ ନଥିଲେ । ଏଥିରେ ରାଗି ଯାଇ ବିଜୟଦୀପ୍ ଏବଂ ତାଙ୍କ ସାଙ୍ଗମାନେ ଝଗଡ଼ା ଆରମ୍ଭ କରିବା ସହ ମଦ ବୋତଲକୁ ଭାଙ୍ଗିବା ଆରମ୍ଭ କରିଥିଲେ । ଏହା ଦେଖି ଡ଼ିଜେ ଦୀପକ ରାଗିଯାଇ ନିଜ ପାଖରେ ଥିବା ଛୁରୀକୁ ବାହାର କରି ବିଜୟଦୀପ୍ଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ବିଜୟଦୀପ୍ ମୃତ୍ୟୁବରଣ କରିଥିଲେ । ଅନ୍ୟପକ୍ଷରେ ଠିକ୍ ସମୟରେ ପୁଲିସ ସେଠାରେ ପହଞ୍ଚିଯିବାରୁ ବାର୍ର ଅନ୍ୟ କର୍ମଚାରୀ ସେଠାରୁ ଖସି ପଳାଇଥିବା ବେଳେ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରିଥିଲା ପୁଲିସ ।