ଶାହାଜାହାନପୁର: ବେଳେବେଳେ ବିକୃତ ମାନସିକତା ସମସ୍ତ ମାବିକତାକୁ ହତ୍ୟା କରିଥାଏ। ଏହି ପରି ଏକ ଘଟଣାକ୍ରମରେ ଜଣେ ବିବାହିତା ମହିଳା ନିଜ ପ୍ରେମିକ ପାଇଁ ପତ୍ନୀଙ୍କୁ ହତ୍ୟା କରି ଏକ କେନାଲରେ ଭସାଇ ଦେବା ଭଳି ଏକ ଅଭାବନୀୟ ଘଟଣା ଏବେ ସମଗ୍ର ଶାହାଜାହାନପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିିବା ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଜଣେ ଯୁବକ ଗତ ଫେବ୍ରୁଆରି ୬ ତାରିଖ ଦିନ ନିଖୋଜ ହୋଇ ଯାଇଥିଲେ। ପରଦିନ ତାଙ୍କ ମୃତଦେହ ଶରଦା କନାଲରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥଲା। ଏହି ଘଟଣାରେ ପୁଲିସ ତଦନ୍ତ କରି ମୃତ ଯୁବକଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଗିରଫ କରିଥିବା ବେଳେ ପତ୍ନୀଙ୍କ ପ୍ରେମିକ ଫେରାର ହୋଇ ଯାଇଛନ୍ତି।
ସଦରବଜାର ଥାନା ଅଞ୍ଚଳରେ ରହୁଥିବା ମହଫୁଜ୍ ଖାଁ ଓରଫ ଲାଲା ନାମକ ଜଣେ ଯୁବକ ଜୀନତ ନାମକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ଫେବ୍ରୁଆରି ୬ତାରିଖ ଦିନ ଜୀନତ ଶାହାଜାହାନପୁର ଜିଲ୍ଲା ସଦର ବଜାର ଥାନା ଅଞ୍ଚଳରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ମହଫୁଜ ଗତକାଲି ଠାରୁ ନିଖୋଜ ଅଛନ୍ତି। ପରଦିନ ମହଫୁଜ୍ଙ୍କ ମୃତଦେହ ଶାରଦା କେନାଲରୁ ଉଦ୍ଧାର ହୋଇଥିଲା। ବ୍ୟବଛେଦ ରିପୋର୍ଟରୁ ମେହଫୁଜଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା। ତେବେ ମୃତ ମେହଫୁଜଙ୍କ ମୋବାଇଲ ଫୋନ୍ର କଲ ଡିଟେଲ୍ସ ରେକର୍ଡ (ସିଡିଆର)ସଂଗ୍ରହ କରିବା ପରେ ନିଖୋଜ ଦିନ ମେହେଫୁଜଙ୍କ ସହିତ ଦୀପକ କୁମାର ଓରଫ ଭୀମ ନାମକ ଯୁବକଙ୍କ ମୋବାଇଲ ଗୋଟିଏ ସ୍ଥାନରେ ଥିବା ଜଣାପଡ଼ିଥିଲା। ପରେ ଦୀପକଙ୍କ ମୋବାଇଲ ଫୋନ ସିଡିଆରରୁ ସେ ଜୀନତଙ୍କ ସହିତ ଲଗାତର ଦୁଇ ଦିନ ଧରି ବେଶ୍ ସମୟ କଥା ହୋଇଥିବା ଜଣାପଡ଼ିଥିଲା। ପରେ ତଦନ୍ତରୁ ଜଣାପଡ଼ିିଥିଲା ଯେ ଜୀନତ ଦୀପକଙ୍କ ସହିତ ମିଶଇ ମେହେଫୁଜଙ୍କୁ ହତ୍ୟା କରି ଶରଦା କେନାଲରେ ଭସାଇଦେଇ ଆସି ସ୍ୱାମୀ ନିଖୋଜ ସମ୍ପର୍କରେ ଏକ ମାମଲା ରୁଜୁ କରିଥିଲେ। ପଚରାଉଚରା ବେଳେ ଜୀନତ ସ୍ୱୀକାର କରିଥିଲେ ଯେ ସେ ମେହେଫୁଜଙ୍କୁ ବିବାହ କରିଥିଲେ ମଧ୍ୟ ମୁଜାଫରନଗରର ଦୀପକଙ୍କ ସହିତ ତାଙ୍କର ପରକୀୟା ପ୍ରୀତି ଥିଲା। ତେଣୁ ଦୀପକଙ୍କୁ ପାଇବା ପାଇଁ ସେ ପତ୍ନୀ ମେହେଫୁଜଙ୍କ ସମ୍ପତ୍ତି ହାତେଇବା ଉଦ୍ଦେଶ୍ୟରେ ତାଙ୍କୁ ( ମେହେଫୁଜଙ୍କୁ) ତାଙ୍କୁ ମାରି କେନାଲରେ ଭସାଇ ଦେଇଥିବା ସ୍ୱୀକାର କରିଛନ୍ତି।