ଶ୍ରୀଦେବୀଙ୍କ ମୃତ୍ୟୁ ପଛରେ ଦାଉଦ୍ର ହାତ!:ତଦନ୍ତ ପରେ ପୂର୍ବ ଏସିପିଙ୍କ ଚାଞ୍ଚଲ୍ୟକର ବୟାନ
ପୁନଃ ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟରେ ଆବେଦନ କରିବେ
ନୂଆଦିଲ୍ଲୀ : ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର୍ ଶ୍ରୀଦେବୀଙ୍କର ଗତ ଫେବ୍ରୁଆରି ୨୫ ତାରିଖରେ ହୋଇଥିବା ଆକସ୍ମିକ ମୃତ୍ୟୁ ପୁଣି ରହସ୍ୟମୟ ହୋଇଉଠିଛି । ଦୁବାଇରେ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକ ମହଲକୁ ସ୍ତବ୍ଧ କରିଦେଇଥିଲା। ପରିବାରର ଏକ ବିବାହ ଉତ୍ସବରେ ଯୋଗ ଦେବାପାଇଁ ଦୁବାଇ ଯାଇଥିବା ଶ୍ରୀଦେବୀ ତାଙ୍କ ହୋଟେ୍ଲ ରୁମ୍ର ଗାଧୁଆ କୁଣ୍ଡରେ ବୁଡ଼ି ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଥିଲା। କିନ୍ତୁ ଶ୍ରୀଦେବୀ ପ୍ରକୃତିରେ ବାଥଟବ୍ରେ ପଡ଼ି ପ୍ରାଣ ହରାଇଛନ୍ତି କି ତାଙ୍କୁ ମାରି ଦିଆଯାଇଛି ସେନେଇ ଅନେକ ସନ୍ଦେହ ହୋଇଥିଲା। ଦୁବାଇ ପୁଲିସର ତଦନ୍ତରୁ ଜଣାପଡ଼ିଥିଲା ଯେ ବାଥଟବ୍ରେ ହିଁ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ମାମଲାରେ ଏବେ ଅନେକ ଜଟିଳ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ଶ୍ରୀଦେବୀଙ୍କ ବାଥଟବ୍ରେ ପଡ଼ି ମୃତ୍ୟୁ ହୋଇନାହ, ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ଅଣ୍ଡରଓ୍ଵାର୍ଲ୍ଡ ଡନ୍ ହାଉଦ ଇବ୍ରାହିମ୍ର ହାତ ଅଛି ବୋଲି ଅଭିଯୋଗ ହୋଇଛି। ଦିଲ୍ଲୀ ପୁଲିସର ଜଣେ ଅବସରପ୍ରାପ୍ତ ଏସିପି ବେଦ ଭୂଷଣ ଏହି ଅଭିଯୋଗ କରିବା ସହ ଏ ବାବଦରେ ଦୁବାଇ ଯାଇ ତଦନ୍ତ କରିଛନ୍ତି। ଶ୍ରୀଦେବୀ ରହିଥିବା ଦୁବାଇର ହୋଟେଲ୍ ଜୁମେଇରା ଏମିରେଟ୍ସ ଟାଓ୍ଵାର୍ସରେ ବେଦ ଭୂଷଣଙ୍କ ଘରୋଇ ତଦନ୍ତକାରୀ ସଂସ୍ଥା ତଦନ୍ତ କରିଥିଲେ। ହୋଟେଲ୍ର ମାଲିକ ମଧ୍ୟ ଦାଉଦ ଇବ୍ରାହିମ୍ ବୋଲି ଜଣାପଡ଼ିଛି। ଦୁବାଇରେ ଦାଉଦ୍ର ପତିଆରା ରହିଥିବା ଏବଂ ସେ ଏହି ହୋଟେଲ୍ର ମାଲିକ ହୋଇଥିବାରୁ ଶ୍ରୀଦେବୀଙ୍କ ମୃତ୍ୟୁ ପଛରେ ଦାଉଦର ହାତ ଅଛି ବୋଲି ସନ୍ଦେହ କରାଯାଉଛି। ଏବେ ଅବସରପ୍ରାପ୍ତ ଏସିପି ଶ୍ରୀଦେବୀ ମୃତ୍ୟୁ ମାମଲାର ପୁନଃ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।
ପୂର୍ବ ଏସିପି କହିଛନ୍ତି ଯେ ଏକ ଇନସୁରାନ୍ସ ପଲିସିକୁ ନେଇ ଏବେ ସନ୍ଦେହ ଘନୀଭୂତ ହୋଇଛି। ଓମାନ୍ରେ ଶ୍ରୀଦେବୀଙ୍କ ନାମରେ ଥିବା ୨୪୦ କୋଟିରୁ ଊର୍ଦ୍ଧ୍ୱ ଏକ ଇନସୁରାନ୍ସ ପଲିସି ସଂପର୍କରେ ଅଧିକ ଖୋଳତାଡ଼ ଜରୁରୀ ବୋଲି ସେ କହିଛନ୍ତି। ଏହି ବୀମା ପାଇଁ ତାଙ୍କୁ ମାରିଦିଆଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହା ଅତ୍ୟନ୍ତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେ କହିଛନ୍ତି।