ଟ୍ରେନ୍ରେ ଯାତ୍ରା କରିବାକୁ ହେଲେ ନେବାକୁ ପଡ଼ିବ ଋଣ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଭାରତରେ ଏଭଳି କିଛି ବିଳାସପୂର୍ଣ୍ଣ ଟ୍ରେନ୍ ଅଛି ଏଥିରେ ଯାତ୍ରା କରିବାକୁ ହେଲେ ସାଧାରଣ ଲୋକଙ୍କୁ ଋଣ ନେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଭାରତର ଏଭଳି ବିଳାସପୂର୍ଣ୍ଣ ଟ୍ରେନ୍ଗୁଡ଼ିକ ବିଷୟରେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ୟାଲେସ୍ ଅନ୍ ହ୍ଵିଲ୍ସ :
ଜାନୁଆରୀ ୧୯୮୨ରେ ଯେଉଁ ପ୍ରଥମ ଲଗଜୁରୀ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ ହୋଇଥିଲା ତାହା ଥିଲା ପ୍ୟାଲେସ୍ ଅନ୍ ହ୍ଵିଲ୍ସ। ସେହି ସମୟରେ ଲଗଜୁରୀ ଟ୍ରେନ୍ ଭାବରେ କେବଳ ଏହି ଗୋଟିଏ ଟ୍ରେନ୍ ହିଁ ବିଦେଶୀ ପର୍ଯ୍ୟଟକଙ୍କୁ ଖୁବ୍ ପସନ୍ଦ ଆସୁଥିଲା। ୨୩ଟି କୋଚ୍ ବିଶିଷ୍ଟ ଏହି ଟ୍ରେନରେ ୧୪ଟି ସେଲନ୍ , ଗୋଟିଏ ସ୍ପା, ମହାରାଜା – ମହାରାଣୀ ନାଁରେ ଦୁଇଟି ରେଷ୍ଟୁରାଣ୍ଟ ଏବଂ ଏକ ରିସେପସନ୍ କମ୍ ବାର୍ କୋଚ୍ ଅଛି । ଏହି ଟ୍ରେନ୍ ସାତ ଦିନ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ରାଜସ୍ଥାନର ପ୍ରମୁଖ ପର୍ଯ୍ୟଟନ ଏବଂ ଐତିହାସିକ ସ୍ଥାନ ସହ ବିଶ୍ୱ ପ୍ରସିଦ୍ଧ ଆଗ୍ରାର ତାଜମହଲ ପର୍ଯ୍ୟନ୍ତ ବୁଲାଇଥାଏ। ଏହାର ଟିକେଟ୍ ମୂଲ୍ୟ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୩ଲକ୍ଷ ୬୩ ହଜାର ରହିବା ବେଳେ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଥାଏ ୨ଲକ୍ଷ ୭୩ ହଜାର ଟଙ୍କା।
ମହାରାଜା ଏକ୍ସପ୍ରେସ୍ :
ଯାତ୍ରୀମାନଙ୍କ ପାଇଁ ମହାରାଜା ଏକ୍ସପ୍ରେସରେ ୧୪ଟି କାବିନ୍ ରହିଛି। ସେଥି ମଧ୍ୟରୁ ୫ଟି ଡିଲକ୍ସ କାବିନ୍ , ୬ଟି ଜୁନିୟର୍ ସୁଟ୍ , ୨ଟି ସାଧାରଣ ସୁଟ୍ ଏବଂ ଗୋଟିଏ ମେଜୋଷ୍ଟିକ୍ ପ୍ରେସିଡେନ୍ସିଆଲ୍ ସୁଟ୍ ରହିଛି। ଏହା ସହ ରହିଛି ମୟୁର୍ ମହଲ୍ ଏବଂ ରଙ୍ଗ୍ ମହଲ୍ ନାମକ ଦୁଇଟି ରେଷ୍ଟୁରାଣ୍ଟ୍ ଏବଂ ବାର୍। ଏହା ବ୍ୟତୀତ ସବୁ କାବିନରେ ଫୋନ୍ , ଇଂଟରନେଟ୍ ଏବଂ ଅନ୍ୟ ସୁବିଧା ମଧ୍ୟ ରହିଛି। ୨୩ଟି ବଗି ଥିବା ଏହି ଟ୍ରେନରେ ୮୮ଜଣ ଯାତ୍ରୀ ଯାତ୍ରା କରିବାର ସୁବିଧା ରହିଛି। ଏହି ଟ୍ରେନର ଟିକେଟ୍ ଦାମ ୧ଲକ୍ଷ ୯୩ ହଜାରରୁ ଆରମ୍ଭ ହୋଇ ୧୫ଲକ୍ଷ ୭୫ ହଜାର ଯାଏଁ ରହିଛି।
ଡେକ୍କନ୍ ଓଡିଶୀ :
ଦୀର୍ଘ ଦିନର ଚେଷ୍ଟା ପରେ ଏହି ଟ୍ରେନର ଆରମ୍ଭ ୧୬ ଜାନୁଆରୀ ୨୦୦୪ରେ ଆରମ୍ଭ ହୋଇଥିଲା। ଏହି ଟ୍ରେନ୍ ମହାରାଷ୍ଟ୍ରର ସ୍ୱତନ୍ତ୍ର ସ୍ଥାନ ମୁମ୍ବାଇ, ସିନ୍ଧୁଦୁର୍ଗ, ଗୋଆ, କୋହ୍ଲାପୁର, ଦୌଲତାବାଦ, ଚନ୍ଦ୍ରପୁର, ଅଜନ୍ତା ଗୁମ୍ଫା ଏବଂ ନାସିକ୍ ଯାଇଥାଏ। ପ୍ରତ୍ୟେକ ଷ୍ଟେସନ୍ କିମ୍ବା ଷ୍ଟପେଜ୍ ଏକ ଖାସ୍ ପର୍ଯ୍ୟଟନ ସ୍ଥଳି ହୋଇଥାଏ। ଏହି ଟ୍ରେନରେ ସମୁଦାୟ ୨୧ଟି କୋଚ୍ ରହିଛି । ସେଥି ମଧ୍ୟରୁ ୧୧ଟି ଡବା ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟ ଡବାମାନଙ୍କରେ ରହିଛି ଡାଇନିଙ୍ଗ୍, ଲଜ୍, କନଫରେନ୍ସ ଏବଂ ସ୍ପା।
ଏହା ବାଦ୍ ଏହି ଟ୍ରେନର ଆଉ ଏକ ଖାସ୍ କଥା ହେଉଛି ପ୍ରତ୍ୟେକ ଡବାରେ ଦେଖିବାକୁ ମିଳିବ ମହାରାଷ୍ଟ୍ରର ପୁରାତନ ସଂସ୍କୃତିର ଝଲକ। ଏହାର ଇଂଟେରିୟର୍ ଅତ୍ୟନ୍ତ ଦାମୀ ଏବଂ ଦୁର୍ଲଭ। ଏହା ସହ ପ୍ରତି କୋଚରେ ରହିଛି ଇଂଟରନେଟ୍ ସୁବିଧା। ଟ୍ରେନର ଟିକେଟ୍ ଦାମ୍ ରହିିଛି ୩ ଲକ୍ଷ ୭୧ହଜାରରୁ ୮ଲକ୍ଷ ୫ହଜାର।
ରୟଲ୍ ରାଜସ୍ଥାନ ଅନ୍ ହ୍ଵିଲସ :
ଏହି ଟ୍ରେନରେ ଭାରତୀୟ ଏବଂ ଇଂଟରନାସନାଲ୍ ବ୍ରାଣ୍ଡର ସ୍ପ୍ରାଇଟ୍ସ ଏବଂ ୱାଇନର ସୁବିଧା ରହିଛି। ଏଥିରେ ଯାତ୍ରୀମାନଙ୍କୁ ଭାରତୀୟ ଖାଦ୍ୟ ସହ ୟୁରୋପୀୟ, ଚାଇନିଜ୍ ଏବଂ କଣ୍ଟିନେଣ୍ଟାଲ୍ ଖାଦ୍ୟ ଦିଆଯାଏ। ରୟଲ୍ ରାଜସ୍ଥାନ ଅନ୍ ହ୍ଵିିଲସକୁ ୨୦୦୯ରେ ଲଂଚ୍ କରାଯାଇଥିଲା। ଏହି ଟ୍ରେନର ଟିକେଟ୍ ମୂଲ୍ୟ ୩ଲକ୍ଷ ୭୮ ହଜାରରୁ ୭ ଲକ୍ଷ ୫୬ ହଜାର ଯାଏଁ ରହିଛି।
ଗୋଲଡେନ୍ ଚାରିଅଟ୍ :
ଏହା ଦକ୍ଷିଣ ଭାରତର ଲଗଜୁରୀ ଟ୍ରେନ୍। ଏହି ଟ୍ରେନର ପ୍ରତି କୋଚର ନାଁ କୌଣସି ନା କୌଣସି ରିୟାସତ୍ ନାଁରେ ରଖାଯାଇଛି। ଏହା ସହ ଟ୍ରେନର ରହିଛି ଦୁଇଟି ରେଷ୍ଟୁରାଣ୍ଟ, ଗୋଟିଏ ବାର୍ , ଜିମ୍ ଏବଂ କନଫେରେନ୍ସ ସୁବିଧା। ଟ୍ରେନର ଭଡା ଭାରତୀୟଙ୍କ ପାଇଁ ରହିଛି ୧ ଲକ୍ଷ ୬୨ହଜାର ଏବଂ ବିଦେଶୀଙ୍କ ପାଇଁ ୨ଲକ୍ଷ ୮୫ହଜାର।