ଜୀବନରେ ଅନେକ ବନ୍ଧୁ ପରି ଦିଶିଥାନ୍ତି ମାତ୍ର ବାସ୍ତବରେ ବନ୍ଧୁ ହୋଇନଥାନ୍ତି। ପରଖି ପାରିବାର କ୍ଷମତା ନଥିଲେ ଠକିବା ଥୟ। ବେଳେ ବେଳେ ଆମକୁ ଅନୁଭବ ହୋଇଥାଏ ଯେ ଆମେ ଠିକ୍ ଭାବେ ଲୋକ ଚିହ୍ନି ପାରିଛନ୍ତି। ମାତ୍ର ସେପରି ସବୁ କ୍ଷେତ୍ରରେ ହୋଇନଥାଏ। ଯାହାଙ୍କୁ ଆମେ ବିଶ୍ୱାସ କରି ଖୁବ୍ ଆତ୍ମୀୟ ବୋଲି ଚିନ୍ତା କରିଥାନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ସେ ହିଁ ଦୁଃଖର କାରଣ ହୋଇଥାନ୍ତି। ତେବେ ଚାଲନ୍ତୁ ଜାଣିବା କେଉଁ ପରି ଲୋକଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁ ଶ୍ରେଣୀର ଲୋକ ଆପଣଙ୍କ ସୁରକ୍ଷା ଅପେକ୍ଷା ନିଜର ସ୍ୱାର୍ଥସାଧନକୁ ବେଶି ଗୁରୁତ୍ୱ ଦେଇଥାନ୍ତି ମନେ ରଖନ୍ତୁ ସେପରି ଶ୍ରେଣୀର ବ୍ୟକ୍ତି କେବେ ବି କାହାର ବନ୍ଧୁ ହୋଇପାରନ୍ତି ନାହିଁ।
ସଂପର୍କରେ ସର୍ତ୍ତ ରଖୁଥିବା ଲୋକ ବି ବନ୍ଧୁ ନୁହଁନ୍ତି। ବିନା ସ୍ୱାର୍ଥ, ବିନା ସର୍ତ୍ତ, ବିନା ଦ୍ୱନ୍ଦ୍ୱ ଓ ବିନା ଛଳନାର ସଂପର୍କକୁ ବନ୍ଧୁତ୍ୱ କୁହଯାଏ।
ମାନେ ନାହିଁ ଯେ ଆପଣଙ୍କ ସାମ୍ନାରେ ନିର୍ମଳ ଭାବମୂର୍ତ୍ତି ପ୍ରଦର୍ଶନ କରୁଥିବା ଲୋକଟି ବାସ୍ତବରେ ବି ସେପରି ହୋଇଥିବ। ମୁହଁ ପଛର ଚେହେରାକୁ ଦେଖିବାକୁ ଚେଷ୍ଟା କରନ୍ତୁ।
ଆବଶ୍ୟକ ପଡ଼ିଲେ ନଜର କ୍ଷତି କରି ଆପଣଙ୍କର ଭଲ ପାଇଁ ଧାଇଁ ଆସୁଥିବା ଲୋକଟି ଉତ୍ତମ ବନ୍ଧୁ ପଦବାଚ୍ୟ।
‘କଥାରେ ଅଛି ଶତ୍ରୁରର ଶତ୍ରୁ ବନ୍ଧୁ ଓ ବନ୍ଧୁରର ଶତ୍ରୁ ଶତ୍ରୁ’। ମାତ୍ର ଯଦି ଆପଣଙ୍କ ଶତ୍ରୁଙ୍କ ସହ କେହି ଅତି ଘନିଷ୍ଠତା ପ୍ରଦର୍ଶନ କରୁଛି ତେବେ ସେ ଲୋକଟି କେବେ ବି ଆପଣଙ୍କ ବନ୍ଧୁ ନୁହେଁ।