ଆପଣ କୁଆଡ଼େ ଯାଉଛନ୍ତି ଏବଂ କ’ଣ କରୁଛନ୍ତି ସବୁ ଉପରେ ନଜର ରଖୁଛି ଗୁଗଲ; ଗୁଗଲ ଲୋକେସନ ବନ୍ଦ କରିବା ପରେ ମଧ୍ୟ ଟ୍ରାକ୍ ହେଉଛି ଆପଣଙ୍କ ଲୋକେସନ
ନୂଆଦିଲ୍ଲୀ: ଏ ବିଷୟରେ ସମସ୍ତଙ୍କୁ ଜଣା ଥିବ ଯେ ସ୍ମାର୍ଟଫୋନରେ ଗୁଗଲ ଲୋକେସନର ବ୍ୟବହାର କରିବା ଦ୍ୱାରା ଗୁଗଲ ଆପଣଙ୍କ ଗତିବିଧି ଉପରେ ନଜର ରଖି ପାରିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି ଆପଣ ଗୁଗଲ ଲୋକେସନ ବନ୍ଦ କରିବା ପରେ ମଧ୍ୟ ଆପଣଙ୍କୁ ଟ୍ରାକ୍ କରୁଛି ଗୁଗଲ । ଆମେରିକାର ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ରିସର୍ଚ ଟିମ୍ ଏକ ନିଉଜ୍ ଏଜେନ୍ସିକୁ ସୂଚନା ଦେଇ ଏହି କଥାର ଖୁଲାସା କରିଥିବା ଜଣା ପଡ଼ିଛି । ଯେତେବେଳେ ବ୍ୟବହାକାରୀମାନେ ଗୁଗଲ ମ୍ୟାପ୍ ଖୋଲିବା ପରେ ଗୁଗୁଲ ବ୍ୟବହାରକାରୀଙ୍କ ଲୋକେସନର ସବୁ ସୂଚନା ନେଇ ଯାଇଥାଏ । ଯାହା ପରେ ଫୋନରେ ଆପେ ଆପେ ପାଣିପାଗର ସୂଚନା ଆସିବାକୁ ଲାଗିଥାଏ ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଗଲର ପ୍ରାଇଭେସି ପେଜ୍ ଅନୁଯାୟୀ, ବ୍ୟବହାରକାରୀମାନେ ଯେତେବେଳେ ଗୁଗଲ ଲୋକେସନକୁ ବନ୍ଦ କରି ଦେଉଛନ୍ତି, ସେତେବେଳେ ଗୁଗଲ ଆଉ ବ୍ୟବହାରକାରୀଙ୍କ ଲୋକେସନ ବିଷୟରେ ଜାଣି ପାରିବ ନାହିଁ । ଯଦି ଗୁଗଲ ଲୋକେସନକୁ ବନ୍ଦ କରି ବ୍ୟବହାରକାରୀ କେଉଁ ସ୍ଥାନକୁ ଯାଉଛନ୍ତି ତେବେ ତାହା ଜଣା ପଡ଼ିବ ନାହିଁ । କିନ୍ତୁ ନିଉଜ୍ ଏଜେନ୍ସି ଗୁଗଲ ପ୍ରାଇଭେସିରେ ଥିବା ଏ ବ୍ୟବସ୍ଥାକୁ ସଂପୂର୍ଣ୍ଣ ସତ ନୁହେଁ ବୋଲି କହିଛି । ବ୍ୟବହାରକାରୀମାନେ ଲୋକେସନ ବନ୍ଦ କରିବା ପରେ ମଧ୍ୟ କିଛି ଗୁଗଲ ଆପ୍ରେ ଏପରି ବ୍ୟବସ୍ଥା ରହିଛି, ଯାହା ବ୍ୟବହାରକାରୀଙ୍କ ବିନା ଅନୁମତିରେ ସେମାନଙ୍କର ଲୋକେସନକୁ ଟ୍ରାକ୍ କରିଥାଏ । ଏହି ରିପୋର୍ଟ ଆସିବା ପରେ ଗୁଗଲ ଏହାକୁ ସଂପୁର୍ଣ୍ଣ ଭାବେ ଖଣ୍ଡନ ନ କରି ଯଦି ଏପରି ହେଉଛି ତେବେ ଏ ନେଇ ତଦନ୍ତ କରାଯିବ ବୋଲି କହିଛି ଗୁଗଲ ।