ଆୟୁଷ୍ମାନ ଭାରତ ପାଇଁ େଓ୍ଵବ୍‌ସାଇଟ୍‌, ହେଲ୍‌ପଲାଇନ୍‌

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ୍‌ଜେଏଓ୍ଵାଇ) ନିମନ୍ତେ ସରକାରଙ୍କ ପକ୍ଷରୁ ନୂଆ େଓ୍ଵବ୍‌ସାଇଟ୍‌ ଓ ହେଲ୍‌ପଲାଇନ୍‌ ଆରମ୍ଭ କରାଯାଇଛି। ଏହାଦ୍ୱାରା ହିତାଧିକାରୀ ତାଲିକାରେ କେଉଁ ଲୋକଙ୍କ ନାମ ରହିଛି ତାହା ଜଣାପଡ଼ିବ। ପିଏମ୍‌ଜେଏଓ୍ଵାଇ ଦ୍ୱାରା ସରକାର ଦେଶର ୧୦ କୋଟି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏଁର ସ୍ୱାସ୍ଥ୍ୟ ବୀମା ଯୋଗାଇଦେବେ। ଫଳରେ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ ଲୋକମାନେ ଚିକିତ୍ସିତ ହୋଇପାରିବେ। ବିଭିନ୍ନ ଦୁରାରୋଗକୁ ଏଡ଼ାଇ ଦେଇପାରିବେ। ଚଳିତମାସ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡରୁ ଏହି ଯୋଜନାର ଶୁଭାରମ୍ଭ କରିବେ। ସୂଚନା ମୁତାବକ, ଲୋକମାନେ େଓ୍ଵବ୍‌ସାଇଟ୍‌ ‘ମେରା.ପିଏମ୍‌ଜେଏଓ୍ଵାଇ.ଗଭ୍‌.ଇନ୍‌’କୁ ଭିଜିଟ୍‌ କରି ଅଥବା ହେଲ୍‌ପଲାଇନ୍‌ ‘୧୪୫୫୫’ରେ କଲ୍‌ କରି ନିଜ ନାମ ହିତାଧିକାରୀ ତାଲିକାରେ ରହିଛି କି ନାହିଁ ତାହା ଯାଞ୍ଚ କରିପାରିବେ।

ସମ୍ବନ୍ଧିତ ଖବର