ଭୁବନେଶ୍ୱରରେ ଭାରତ-ଶ୍ରୀଲଙ୍କା ଦୃଷ୍ଟିହୀନ ଦିନିକିଆ

ଭୁବନେଶ୍ୱର: ଅକ୍ଟୋବର ଶେଷ ସପ୍ତାହରେ ଶ୍ରୀଲଙ୍କା ଦୃଷ୍ଟିହୀନ କ୍ରିକେଟ୍‌ ଦଳ ଭାରତ ଗସ୍ତ କରିବ। ଏହି ଗସ୍ତରେ ଶ୍ରୀଲଙ୍କା ଦଳ ତିନି ଟିକିଆ ଦିନିକିଆ କ୍ରିକେଟ୍‌ ଶୃଙ୍ଖଳା ଖେଳିବ। ସେଥିମଧ୍ୟରୁ ଅକ୍ଟୋବର ୨୫ ତାରିଖରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ ଭୁବନେଶ୍ୱରରେ ଆୟୋଜିତ ହେବ। ସେହିଭଳି ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଏବଂ ତୃତୀୟ ମ୍ୟାଚ୍‌ କୋଲକାତାରେ ଆୟୋଜନ କରିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌ ଆୟୋଜନ ହେବ। ଏହା ପୂର୍ବରୁ ୨୦୧୭ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଏଠାରେ ଅନୁଷ୍ଠିତ ହୋଇଥିଲା। ଏଥିନେଇ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘର ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସଭାପତି ତଥା ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର ମହମ୍ମଦ ଜାଫର ଇକବାଲ, ଉପ ସଭାପତି ଅଶୋକ କୁମାର ସାହୁ, ଯୁଗ୍ମ ସଂପାଦକ ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷା ପ୍ରଜ୍ଞା ପାରମିତା ବେହେରା, ପ୍ରବନ୍ଧକ ଯୋଗେନ୍ଦ୍ର କୁମାର ଜେନା ଓ ମୁଖ୍ୟ ଉପଦେଷ୍ଟା ପ୍ରକାଶ କୁମାର ରଥ ଉପସ୍ଥିତ ଥିଲେ। 

ସମ୍ବନ୍ଧିତ ଖବର