କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଷ୍ଟ୍ରଙ୍ଗରୁମର ନିରୀକ୍ଷଣ: ବୁଥରେ ପର୍ଯ୍ୟାପ୍ତ ପାଣି ରୋକିବାକୁ ଦେଲେ ନିର୍ଦ୍ଦେଶ

ଜୟପୁର: ଆସନ୍ତା ମେ’ ୧୩ ତାରିଖଠାରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ସଂସଦୀୟ କ୍ଷେତ୍ର, ଜୟପୁର ଓ କୋଟପାଡ ନିର୍ବାଚନ ମଣ୍ଡଳୀର ମତଦାନ ଗ୍ରହଣ କରାଯିବ। ଏଥି ପାଇଁ ପ୍ରଶାସନ ତରଫରୁ ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତି ସରିଛି। ଏହା ସହ ବିଭିନ୍ନ ପ୍ରକ୍ରିୟାରେ ପ୍ରଶିକ୍ଷଣ ଆଦି ଦିଆ ଜାରୀ ରହିଛି। ଅବାଧ, ନିରପେକ୍ଷ, ସ୍ବଚ୍ଛ,ଓ ଦୁର୍ନିତୀମୁକ୍ତ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇ‌ଛି।

ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିସନ ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷିକା ବରିଷ୍ଠ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ପ୍ରିୟଙ୍କା ଗୋସ୍ବାମୀ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ , ଷ୍ଟ୍ରଙ୍ଗରୁମ, ଇଭିଏମ୍ ଏବଂ ଭିଭିପାଟ ମେସିନ ଗୁଡ଼ିକର ଯାଞ୍ଚ କରିଥିଲେ।  ପ୍ରଥମେ ଜୟପୁରଠାରେ ପହଞ୍ଚି ବିକ୍ରମଦେବ ବିଶ୍ବବିଦ୍ୟାଳୟର ହ୍ୟୁମାନିଟି ବ୍ଲକରେ ନିର୍ମିତ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ସୁରକ୍ଷା, ଇଭିଏମ୍ ମେସିନ, ଭିଭିପାଟ ମେସିନ ଆଦିର ଯାଞ୍ଚ କରିଥିଲେ।

ସେ‌ହିପରି ଜୟପୁର ବ୍ଲକର ଉମୁରୀ ଗ୍ରାମ ପଞ୍ଚାୟତର ସଦର ମହକୁମା ବିଦ୍ୟାଳୟ ଏବଂ ଜୟପୁର ସହରର ଇରିଗେସନ କଲୋନୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ I ଏହି ଅବସରରେ ଭୋଟଦାନ କେନ୍ଦ୍ରରେ ବିଦ୍ୟାଳୟର ପରବେଶ ଓ ଓ ପରିମଳ ବ୍ୟବସ୍ଥା । ସ୍ବଚ୍ଛତା ଏବଂ ମତଦାତାମାନଙ୍କ ପାଇଁ ଆବଶ୍ୟକ ଆବଶ୍ୟକ ଅନୁଯାୟୀ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଚାଳିଥିବା ନିର୍ବାଚନ ପ୍ରକ୍ରିୟାର ତଦାରଖ କରିଥିଲେ। ଜୟପୁର ଏଆରଓ ପ୍ରଭାତ କୁମାର ପରିଡ଼ା, କୋଟପାଡ ଏଆରଓ ଆଲୋମଣି ସେଠୀ, ଜୟପୁର ତହସିଲଦାର ଡ.ମୋନାଲିସା ଆଚାର୍ଯ୍ୟୀଙ୍କ ସହ ଆଲୋଚନା କରିଥିଲେ। ପର୍ଯ୍ୟବେକ୍ଷିକାଙ୍କ ଗସ୍ତ ସମୟରେ  ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ଶକ୍ତି ଶକ୍ତି ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର , କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର