ଓଡ଼ିଶାର ସ୍କୁଲକୁ କେନ୍ଦ୍ର ସରକାର ଦେଲେ ‘ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର’
ପୁରସ୍କାର ପାଇଁ ଆବେଦନ କରିଥିଲେ ୬ ଲକ୍ଷ ବିଦ୍ୟାଳୟ
ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ୨୦୧୭-୧୮ ବର୍ଷ ପାଇଁ ପ୍ରଦାନ କରାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ମଙ୍ଗଳବାର ଏହି ପୁରସ୍କାର ପ୍ରଦାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ସେପ୍ଟେମ୍ବର ୧୫ ତାରିଖ ଆରମ୍ଭ ହୋଇଥିବା ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ର ଏହା ଏକ ଅଂଶ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପୁରସ୍କାର ସରକାରୀ, ବେସରକାରୀ, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବର୍ଗରେ ପ୍ରଦାନ କରାଯାଇଛି।
ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଦିଲ୍ଲୀ ପବ୍ଲିକ୍ ସ୍କୁଲ(ଡିପିଏସ୍) ପାରାଦ୍ୱୀପ ରିଫାଇନାରି ଏହି ପୁରସ୍କାର ଗ୍ରହଣ କରିଛି। ଚଳିତବର୍ଷ ଏହି ପୁରସ୍କାର ପାଇଁ ସର୍ବଭାରତୀୟ ସ୍ତରରେ ସାଢେ ୬ ଲକ୍ଷ ବିଦ୍ୟାଳୟ ଆବେଦନ କରିଥିଲେ। ‘ବିଦ୍ୟାଳୟ ବିକାଶ, ଦେଶର ବିକାଶ’- ତେଣୁ ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ଆମର ପ୍ରଥମ ଲକ୍ଷ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଦକର କହିଛନ୍ତି।
ପୁରସ୍କାର ଗ୍ରହଣ କରିବା ପରେ ୯୨ ପ୍ରତିଶତ ସ୍ୱଚ୍ଛତା ପାଇଁ ସହରାଞ୍ଚଳ ବର୍ଗରେ ଏହି ପୁରସ୍କାର ମିଳିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନଞ୍ଜୟ ପାନ୍ କହିଛନ୍ତି।
ତେବେ ପୂର୍ବରୁ ମଧ୍ୟ ଶତ ପ୍ରତିଶତ ସ୍ୱଚ୍ଛତା ପାଇଁ ରାଜ୍ୟ ସରକାର ମଧ୍ୟ ବିଦ୍ୟାଳୟକୁ ପୁରସ୍କୃତ କରିଥିବା ସେ କହିଛନ୍ତି।