ତଳିଆଙ୍କୁ ଦୋଷ ଲଦି ପାର୍: ଜଣେ ହାବିଲଦାର, ୪ କନଷ୍ଟେବଳ ନିଲମ୍ବିତ

ପୁରୀ : ଗତ ୩ ତାରିଖ ଦିନ ପୁରୀ ବନ୍ଦ ପାଳନ ସମୟରେ ପୁରୀ ବିଧାୟକ ତଥା ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଘରେ ଭଙ୍ଗାରୁଜା ହୋଇଥିଲା। ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଥିବା ଜିଲ୍ଲା ପୁଲିସ, ଏହି ଘଟଣାରେ ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ଆଜି ତଳିଆ କର୍ମଚାରୀଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ନେଇ ଦାୟିତ୍ବ ଝାଡିେଦଇଛି। ମନ୍ତ୍ରୀଙ୍କ ଘରେ କାର୍ଯ୍ୟରତ ଜଣେ ହାବିଲଦାର ଓ ୪ ଜଣ କନଷ୍ଟେବଳ ଏହିପରି ମୋଟ ୫ଜଣଙ୍କୁ ଆଜି ଦାୟିତ୍ବରେ ଅବହେଳା ଦର୍ଶାଇ ପୁରୀ ଏସପି ଡା. ସାର୍ଥକ ଷଡ଼ଙ୍ଗୀ ନିଲମ୍ବିତ କରିଛନ୍ତି।

ପୁରୀ ବନ୍ଦ ସମୟରେ କେତେକ ଆନ୍ଦୋଳନକାରୀ ବଡ଼ଦାଣ୍ଡରୁ ସିଧା ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଘରେ ପହଞ୍ଚି ସେଠାରେ ଗେଟ ଭାଙ୍ଗି ଭିତରକୁ ଧସେଇ ପଶିଥିଲେ। ଏହି ସମୟରେ ଏଠାରେ ହାବିଲଦାର ବିଶ୍ବନାଥ ମିଶ୍ରଙ୍କ ସମେତ କନେଷ୍ଟବଳ ସତ୍ୟବାନ ସ୍ବାଇଁ, ନାଗାର୍ଜୁନ ପରିଡ଼ା, ପପିନା ବେହେରା ଓ ସୁମନ ଗୋଚ୍ଛାୟତଙ୍କୁ ନିେୟାଜିତ କରାଯାଇଥିଲା। ମନ୍ତ୍ରୀ ବାସଭବନକୁ
ପୁଲିସ ସୁରକ୍ଷା ଯୋଗାଇ ପାରିନଥିଲା।

ତଳିଆ ପୁଲିସ ଅଧିକାରୀଙ୍କ ବିେରାଧରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଲାଣି। ପୁରୀ ବନ୍ଦ ଡାକରା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଆଇନଶୃଙ୍ଖଳା ରକ୍ଷା କରିପାରିଲା ନାହିଁ। ଦୀର୍ଘ ସାତ ଘଣ୍ଟା ଧରି ବିେକ୍ଷାଭକାରୀ ବ୍ୟାପକ ହିଂସା ଘଟାଇଲେ। ଏହି ଘଟଣାରେ ଜଣକ ବିେରାଧରେ ମଧ୍ୟ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇନାହିଁ। ଘଟଣା ଦିନ ଶତାଧିକ ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ଘରେ ପହଞ୍ଚିଥିଲେ, ସେତେବେଳେ ଏହି ପାଞ୍ଚ ଜଣ କର୍ମଚାରୀ କ’ଣ କରିପାରିଥାନ୍ତେ? ବିେକ୍ଷାଭକାରୀ ମନ୍ତ୍ରୀ ଘର ଆଡକୁ ମାଡି ଚାଲିଛନ୍ତି, ଏକଥା ସଂପୃକ୍ତ ଥାନାର ଥାନାଧିକାରୀ ଜାଣିପାରିେଲନି କେମିତି?

ସମ୍ବନ୍ଧିତ ଖବର