ମଧ୍ୟପ୍ରଦେଶରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଭୋପାଳ : ଭୋପାଳ ଗଣଦୁଷ୍କର୍ମର ଠିକ୍‌ ଦୁଇଦିନ ପରେ ମଧ୍ୟପ୍ରଦେଶର ଦେଓ୍ଵାସ ଜିଲ୍ଲା ଅନ୍ତର୍ଗତ ସଣ୍ଡ୍ରେଲ ଗ୍ରାମରେ ସଂଘଟିତ ଆଉ ଏକ ଜଘନ୍ୟ ଘଟଣା  ପଦାକୁ ଆସିଛି। ଜଣେ ୧୦ ବର୍ଷୀୟାକୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
ସଣ୍ଡ୍ରେଲ ଗ୍ରାମର ଏହି ନାବାଳିକା ଜଣକ ତା’ ବାପାଙ୍କୁ କୃଷିକାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଗତ ଶୁକ୍ରବାର ସନ୍ଧ୍ୟାବେଳେ କ୍ଷେତକୁ ଯାଇଥିଲା କିନ୍ତୁ ସେ ଆଉ ଘରକୁ ଫେରିନଥିଲା। ବହୁ ଖୋଜାଖୋଜି ପରେ ରବିବାର ସକାଳେ ପୀଡ଼ିତାର ମୃତଦେହ ତାଙ୍କ କୃଷିକ୍ଷେତଠାରୁ ମାତ୍ର ଅଧ କିମି ଦୂରରେ ମିଳିଥିଲା। ନରରୂପୀ ରାକ୍ଷସମାନେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ଅତି ନୃଶଂସ ଭାବେ ହାତଗୋଡ଼ ବାନ୍ଧି ଫୋପାଡ଼ି ଦେଇଥିଲେ। ଝିଅଟିର ପାଟିକୁ ମଧ୍ୟ ଏକ କପଡ଼ାରେ ବାନ୍ଧି ଦେଇଥିଲେ। ପୀଡ଼ିତାର ଶରୀର ସାରା ଦାନ୍ତ ଚିହ୍ନ ଦେଖିବାକୁ ମିଳିଛି। ତେବେ ଶରୀର ସାରା ସମାନ ଦାନ୍ତ ଚିହ୍ନ ରହିଥିବାରୁ କେବଳ ଜଣେ ରାକ୍ଷସ ହିଁ ନାବାଳିକା ସହ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ପୀଡ଼ିତା ଜଣକ ଦୁଷ୍କର୍ମ ପରେ ଶ୍ୱାସରୁଦ୍ଧ ହୋଇ ଆଖି ବୁଜିଥିବା ଫରେନ୍ସିକ୍‌ ଲାବରାଟୋରି ତଥ୍ୟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର