ସର୍ଭେ: ମୋଦିଙ୍କୁ ନୁହେଁ, ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି କେରଳ ଓ ତାମିଲନାଡୁର ଜନତା!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେଉଛନ୍ତି ଦକ୍ଷିଣ ଭାରତରେ ପସନ୍ଦ ବ୍ୟକ୍ତି। ଜାତୀୟ ଗଣମାଧ୍ୟମର ସର୍ଭେ ଅନୁସାରେ କେରଳ ଓ ତାମିଲନାଡୁର ଜନତା ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି। ସୂଚନାଯୋଗ୍ୟ ନିକଟରେ ଆନ୍ଧ୍ରପ୍ରଦେଶରେ ହୋଇଥିବା ଏକ ସର୍ଭେରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ଅଧିକ ପସନ୍ଦ କରାଯାଇଥିଲା।

ସର୍ଭେରେ କେରଳର ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଓ ପଡୋଶୀ ତାମିଲନାଡୁର ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ ହେଉଛନ୍ତି ଲୋକପ୍ରିୟ ନେତା ବୋଲି ସର୍ଭେରୁ ଜଣାପଡ଼ିଛି। ବିଜୟନଙ୍କ ନେତୃତ୍ୱରେ ପରିଚାଳିତ ବାମଦଳ ସରକାର ଉପରେ କେରଳର ୪୨ ପ୍ରତିଶତ ଲୋକ ସନ୍ତୁଷ୍ଟ। ସର୍ଭେରେ ଅଂଶଗ୍ରହଣ କରିଥିବା ରାଜ୍ୟର ୨୭ ପ୍ରତିଶତ ଜନତା ବାମଦଳ ସରକାରଙ୍କ କାର୍ଯ୍ୟକଳାପ ପ୍ରତି ସନ୍ତୁଷ୍ଟ ନୁହଁନ୍ତି। ୨୬ ପ୍ରତିଶତ ଜନତା ସେମାନଙ୍କ ମତାମତ ଦେଇ ନାହାନ୍ତି।

ସର୍ଭେରେ ଭାଗ ନେଇଥିବା ରାଜ୍ୟର ୨୭ ପ୍ରତିଶତ ଲୋକ ଚାହାନ୍ତି ବିଜୟନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କଂଗ୍ରେସ ନେତା ଓମ୍ୟାନ ଚାଣ୍ଡିଙ୍କୁ ୨୦ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର