ଢାକା : ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ଆଜି ଏକ ଦୁର୍ନୀତି ମାମଲାରେ ୭ ବର୍ଷ ଜେଲ୍ଦଣ୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଭାବେ ନିଜ କ୍ଷମତାର ଅପବ୍ୟବହାର କରି ଖାଲେଦା ଜିଆ ଚ୍ୟାରିଟେବଲ୍ ଟ୍ରଷ୍ଟ୍ ଫଣ୍ଡ୍ ପାଇଁ ବିଭିନ୍ନ ଉପାୟରୁ ପାଣ୍ଠି ସଂଗ୍ରହ କରିଥିଲେ। ଏହି ମାମଲାରେ ଆଜି ଢାକାର ଏକ ସ୍ବତନ୍ତ୍ର କୋର୍ଟ ଜିଆଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି।