୧୨ରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର: କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଆଗାମୀ ନଭେମ୍ବର ୧୨ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଏକ କେନ୍ଦ୍ରୀୟ ଟିମ୍‌ ମଧ୍ୟ ଆସିବେ। ସେମାନେ ଚାଷୀ ମୃତ୍ୟୁ ଓ ଫସଲ ନଷ୍ଟ ନେଇ ସମୀକ୍ଷା କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ପ୍ରଧାନ କହିଛନ୍ତି, କେନ୍ଦ୍ର ରାଜ୍ୟକୁ ଟଙ୍କା ଦେଉଛି। ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିପାରୁ ନାହିଁ।

ରାଜ୍ୟରେ ମରୁଡ଼ି ଓ ପୋକ ଯୋଗୁଁ ଫସଲହାନିର ତଦନ୍ତ କରିବାକୁ ଭାରତୀୟ ଜନତା ପାର୍ଟିର ୬ ଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଟିମ୍‌ ରାଜ୍ୟର ୭ଟି ଜିଲ୍ଲା ୪ ଦିନ ପର୍ଯ୍ୟନ୍ତ ବୁଲିବେ। ଗସ୍ତ କାଳରେ ସେମାନେ ଚାଷୀମାନଙ୍କୁ କି ପ୍ରକାର ଚାଷୀ ସରକାରୀ ସହାୟତା ମିଳୁଛି ତାହା ପଚାରି ବୁଝିବେ।

ସମ୍ବନ୍ଧିତ ଖବର