ବାରିପଦା: ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଖ ବାଳିଆପାଳ ଗାଁରୁ ଏହି ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ଜଣଙ୍କ ଘର ଭିତରୁ ଉଦ୍ଧାର ହୋଇଥିବା ଅହିରାଜ ସାପର ଲମ୍ବ ୧୯ ଫୁଟ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
Mayurbhanj: A 19-feet long King cobra was rescued from a house in Balipal village yesterday. It was later released into the forests. #Odisha pic.twitter.com/8rpM1FugFv
— ANI (@ANI) December 6, 2018
ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଖାଇପିଇ ଶୋଇବାକୁ ଯିବା ବେଳେ ବାଳିଆପାଳ ଗାଁର ପରିବାର ଲୋକେ ଏହି ବିଶାଳକାୟ ଅହିରାଜକୁ ଦେଖିଥିଲେ । ଘର ଭିତରେ ଅହିରାଜ ସାପକୁ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ । ତୁରନ୍ତ ଗାଁ ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଂଚି ଘର ଭିତରୁ ୧୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିଲେ ।