ଗେହଲଟ୍‌ଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ଶପଥ ନେଲେ ୨୩ ମନ୍ତ୍ରୀ

ଜୟପୁର: ରାଜସ୍ଥାନର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍‌ ଆଜି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ନୂଆ ସରକାରରେ ୨୨ ଜଣ କଂଗ୍ରେସ ବିଧାୟକ ଏବଂ ଜଣେ ଆରଏଲ୍‌ଡି ବିଧାୟକ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବାବେଳେ ୧୦ ଜଣ ରାଜ୍ୟ ମନ୍ତ୍ରୀ। ରାଜ୍ୟପାଳ କଲ୍ୟାଣ ସିଂହ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଉପସ୍ଥିତିରେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ସମ୍ବନ୍ଧିତ ଖବର