କୁକୁଡ଼ା ପୋଡ଼ିବାକୁ ଯାଇ ଜଳିଗଲେ ମହିଳା

ଚନ୍ଦ୍ର‌ଶେଖରପୁର: କୁକୁଡ଼ା ପୋଡ଼ିବା ବେଳେ ଆଜି ଜଣେ ମହିଳା ସେଇ ନିଅାଁରେ ପୋଡ଼ି ହେଇ ମୃତ୍ୟୁ ବରଣ କରିଛନ୍ତି। ଘଟଣାଟି ଘଟିଛି ଚନ୍ଦ୍ରଶେଖରପୁର ଥାନା ମୈତ୍ରୀବିହାର ଫାଣ୍ଡି ଅଧୀନ ବୀରବିର୍ସା ମୁଣ୍ଡା ବସ୍ତିରେ। ମୃତା ମହିଳା ହେଲେ ମାନି ପ୍ରଧାନ(୩୫)। ମାନି ଓ ତାଙ୍କ ସ୍ବାମୀ ବନମାଳୀ ବୁଧବାର କୁକୁଡ଼ା କିଣି ରୋଷେଇ କରିବାକୁ କୁଟା ଜାଳି ପର ଛଡ଼ାଉଥିଲେ। ତେବେ ଅସାବଧାନତା ଯୋଗୁ ମାନିଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ବନମାଳୀ ଓ ପଡ଼ୋଶୀମାନେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଯାଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର