ବାତ୍ୟା ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢାଇଲେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ୧୦ ଲକ୍ଷ ଟଙ୍କା
ଭୁବନେଶ୍ୱର : ବାତ୍ୟା ଫନି ପ୍ରଭାବରେ ଛାରଖାର ହୋଇଯାଇଥିବା ଓଡିଶାକୁ ପୁଣିଥରେ ଗଢିତୋଳିବା ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ଆମେରିକାରେ ରହୁଥିବା ଗୀତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିବା ନେଇ ସୂଚନା ମିଳିଛି । ପେଶାରେ ଲେଖିକା ଥିବା ଗୀତା ଏବେ ପରିବାର ସହ ଆମେରିକାରେ ରହୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ବାତ୍ୟା ଫନି ପରେ ଓଡିଶାକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିବା ପରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଗୀତା । ସାଧାରଣ ନିର୍ବାଚନ ପୂର୍ବରୁ ଗୀତା ଓଡିଶା ଆସିଥିଲେ । କେବଳ ଗୀତା ନୁହେଁ ଏହା ପୂର୍ବରୁ ଓଡିଶାକୁ ଅନେକ ଷ୍ଟାର ସେଲିବ୍ରିଟି ସହାୟତାର ହାତ ବଢାଇଛନ୍ତି । ଦେଶ ଓ ବିଦେଶରୁ ହଜାର ହଜାର ଲୋକ ରାଜ୍ୟ ସରକାର ଖୋଲିଥିବା େଓ୍ଵବସାଇଟରେ ସହାୟତା ରାଶି ପଠାଉଛନ୍ତି । ଏହାପୂର୍ବରୁ ପଦ୍ମ ପୁରସ୍କାର ଗ୍ରହଣ କରିବାକୁ ମନାକରି ଚର୍ଚ୍ଚାକୁ ଆସିଥିଲେ ଗୀତା ମେହେଟ୍ଟା ।