ନିମାପଡ଼ା/ଚାରିଛକ : ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କୁ ଉପଯୁକ୍ତ ଚିକିତ୍ସା କରା ନଯାଇ କଟକ ବଡ଼ ଡାକ୍ତରଖାନାକୁ ପଠାଯିବା ଏବଂ ସେଠାରେ ଅସ୍ତ୍ରୋପଚାର କରାଯାଇ ପ୍ରସବ କରାଯିବା ପରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା କରିଥିଲେ। ଖବର ପାଇ ନିମାପଡ଼ା ଆଇଆଇସି ଘଟଣାସ୍ଥଳରେ ପହଁଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅୁଯାୟୀ, କଟକ ଜିଲ୍ଲା ନିଆଳୀ ଥାନା ଅନ୍ତର୍ଗତ ସଡ଼ାଂଶ ଗାଁର ପ୍ରକାଶ ସାହୁଙ୍କ ପତ୍ନୀ ରୀନା ସାହୁ ଗତ ୧୬ ତାରିଖରେ ପ୍ରସବ ପାଇଁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକେ ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରମାନେ ଅସ୍ତ୍ରୋପଚାର କରି ଏକ ମୃତ ଶିଶୁପୁତ୍ର ପ୍ରସବ କରାଇଥିଲେ। ମହିଳାଙ୍କ ଦେଢଶୂର ରମେଶ ସାହୁଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।