ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କୁ ରାଜନାଥ ସିଂଙ୍କ ଶ୍ରଦ୍ଧାଞ୍ଜଳି; ଆଜି ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ବାୟୁସେନା ଅଧିକାରୀ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ୍ ମହାନ୍ତିଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆଜି ଦିବଂଗତ ବାୟୁସେନା ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ୍ ମହାନ୍ତିଙ୍କ ଅନ୍ତିମ ସଂସ୍କାର କରାଯିବ । ଦିଲ୍ଲୀ କେଣ୍ଟରେ ଥିବା ୱାର ସ୍କୋୟାରର ୱାର ସେମେଂଟାରିରେ ବାୟୁସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ ପରେ କରାଯିବ ଶେଷ ସଂସ୍କାର ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହା ପୂର୍ବରୁ ଦିଲ୍ଲୀରେ ଥିବା ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ୍ ମହାନ୍ତିଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ନିଆଯିବ ମରଶରୀର । ବାସଭବନରୁ ୱାର ସେମେଂଟାରିକୁ ପାର୍ଥିବ ଶରୀର ଆଣିବାର ସମସ୍ତ ବ୍ୟବସ୍ଥା କରାଯାଇଛି ।
ଗତ ଜୁନ୍ ୩ ତାରିଖରେ ଆସାମରୁ ବାୟୁସେନାର କାର୍ଗୋ ବିମାନ ଏଏନ୍ ୩୨ ଅରୁଣାଚଳ ପ୍ରଦେଶ ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିଲା । ଦୁର୍ଘଟଣାର ୯ ଦିନ ପରେ ଅରୁଣାଚଳ ପ୍ରଦେଶର ଉଚ୍ଚ ପାହାଡର ଘଂଚ ଜଙ୍ଗଲ ଭିତରୁ ମିଳିଥିଲା ବିମାନର ଭଗ୍ନାଂଶ ଓ ଏଥିରେ ଥିବା ୧୩ ଜଣଙ୍କ ମରଶରୀର । ଦୁର୍ଘଟଣା ଦିନ ବାୟୁସେନା ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ୍ ମହାନ୍ତି ସୁନୀତ୍ ମହାନ୍ତି ଏହି ବିମାନ ଚଳାଉଥିଲେ ।