ମୁମ୍ବାଇ : ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ପୁଣି ଜଟିଳ ସ୍ଥିତି ଉପୁଜିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ଆଇଏମ୍ଡି କହିଛି ଏବଂ ଏଥିପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଆଜି ମୁମ୍ବାଇରେ ବିଭିନ୍ନ ସ୍ଥାନରେ ସ୍କୁଲ୍ କଲେଜ ବନ୍ଦ ରହିଛି। ଚଳିତ ମୌସୁମୀ ଋତୁରେ ମୁମ୍ବାଇ ଉପନଗରୀ ମାତ୍ରାଧିକ ବର୍ଷାଜଳ ଗ୍ରହଣ କରିଛି। ବିଏମ୍ସି ଏବଂ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମୁମ୍ବାଇରେ ସର୍ବକାଳୀନ ରେକର୍ଡ ୩,୪୫୩ ମିମି ବର୍ଷା ହୋଇଛି।