ବିଶାଖାପାଟଣା ଟେଷ୍ଟ: ରୋହିତ ଶର୍ମାଙ୍କ ପରେ ବିସ୍ଫୋରକ ବ୍ୟାଟିଂ କଲେ ମୟଙ୍କ ଅଗ୍ରଓ୍ଵାଲ, ହାସଲ କଲେ ଦ୍ୱି-ଶତକ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆୟୋଜକ ଭାରତ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ଭଲ ବ୍ୟାଟିଂ କରିଛି। ବିଶାଖାପାଟଣାରେ ଦ୍ୱିତୀୟ ଦିନରେ ଗୁରୁବାର ପାଳି ଘୋଷଣା କରିବା ପୂର୍ବରୁ ଟିମ୍‌ ୭ଟି ଓ୍ଵିକେଟ ହରାଇ ୫୦୨ ରନ୍‌ କରିଛି। ଏଥିରେ ରୋହିତ ଶର୍ମାଙ୍କ ଶତକ (୧୭୬ ରନ୍‌, ୨୪୪ ବଲ, ୨୩ ଚୌକା, ୬ ଛକା) ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଦ୍ୱି-ଶତକ (୨୧୫ ରନ୍‌, ୩୭୧ ବଲ, ୨୩ ଚୌକା , ୬ ଛକା) ସାମିଲ ଅଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪୬୩ ରନ୍‌ ଅଗ୍ରଣୀ ରହିଛି।

ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ପାଳିରେ ୩ଟି ମୂଲ୍ୟବାନ ଓ୍ଵିକେଟ୍‌ ହରାଇ ୩୯ ରନ୍‌ ସଂଗ୍ରହ କରିଛି। ଓପନର ଡିଆନ୍‌ ଏଲଗର (୨୭ ରନ୍‌) ଓ ତେମ୍ବା ବାଭୁମା ଅପରାଜିତ ୨ ରନ୍‌ କରି ପଡ଼ିଆରୁ ବିଦାୟ ନେଇଥିଲେ। ଏହା ପୂର୍ବରୁ ଆଇଡେନ ମାର୍କମ ୫ ରନ୍‌ ସଂଗ୍ରହ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ। ସେହିପରି ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ତିଉସିନ ଡେ ବ୍ରୁଆନ (୪ ରନ୍‌)। ଡେନ୍‌ ପିଆଡିଟ କୌଣସି ରନ୍‌ ନ କରି ଜାଦେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଭାରତର ପାଳିରେ ଚେତେଶ୍ୱର ପୂଜାରା ୬ ରନ୍‌, ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୨୦ ରନ୍‌, ଆଜିଙ୍କ୍ୟ ରାହାଣେ ୧୫ ରନ୍‌, ରବୀନ୍ଦ୍ର ଜାଦେଜା ୩୦ ରନ (ଅପରାଜିତ) ହନୁମା ବିହାରୀ ୧୦ ରନ୍‌, ଋଦ୍ଧିମାନ ଶାହା ୨୧ ରନ୍‌ ଓ ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର