ଶିବସେନା ନେତା ଆଦିତ୍ୟ ଠାକରେ ୧୬ କୋଟିର ମାଲିକ, ରହିଛି ଏକ ବିଏମଡବ୍ଲୁ କାର

ମୁମ୍ବାଇ : ଆଜି ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ପୁତ୍ର ତଥା ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ନାତି ଆଦିତ୍ୟ ଠାକରେ ମୁମ୍ବାଇର ଓ୍ଵର୍ଲି ବିଧାନସଭା ଆସନରୁ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ନିଜର ମନୋନୟନ ପତ୍ରରେ ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ସେ ୧୬ କୋଟି ସମ୍ପତ୍ତିର ମାଲିକ, ତାଙ୍କର ଏକ ବିଏମଡବ୍ଲୁ କାର ରହିଛି ।

ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ଏହି ୧୬ କୋଟି ମଧ୍ୟରୁ ପ୍ରାୟ ୧୧.୩୮ କୋଟି ହେଉଛି ସ୍ଥାବର ସମ୍ପତ୍ତି ଓ ୪.୬୭ କୋଟି ହେଉଛି ଅସ୍ଥାବର ସଂପତ୍ତି । ତାଙ୍କ ପାଖରେ ଏବେ ନଗଦ ୧୩,୩୪୪ ଟଙ୍କା ରହିଛି । ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରେ ତାଙ୍କର ପ୍ରାୟ ୧୦.୩୬ କୋଟି ଟଙ୍କା ଜମା ରହିଛି । ସେ ମଧ୍ୟ ପ୍ରାୟ ୨୦ଲକ୍ଷ ୩୯ ହଜାର ଟଙ୍କା ବିଭିନ୍ନ ବଣ୍ଡ, ଡିବେଞ୍ଚର, ସେୟାର ବଜାର ଆଦିରେ ନିବେଶ କରିଛନ୍ତି । ତାଙ୍କ ପାଖରେ ଥିବା ବିଏମଡବ୍ଲୁ ଗାଡିର ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ ।

ସମ୍ବନ୍ଧିତ ଖବର